ପୁରୁଷ ଆତ୍ମକୈନ୍ଦ୍ରିକ ଅହଙ୍କାର
ପୁରୁଷ ଆତ୍ମକୈନ୍ଦ୍ରିକ ଅହଙ୍କାର
ନାରୀ, ଜାୟା, ଭଗିନୀ, ଜନନୀ,
ଓ ଦୁହିତା
ସଂସାରେ ତାକୁ ଆମେ କୁହେ ସିଏ
ଦୁଇ କୂଳର ହିତା ।
ଅଶେଷ ମହିମା ଅମର ଅଟେ
ଯୁଗେ ଯୁଗେ ଯାହାର
ଆଲୋକମୟୀ ଦୀପ୍ତିମୟୀ ଜନନୀ
ନାମ ତାହାର ।
ଜନନୀ, ସ୍ନେହ ଭରା, ପ୍ରିତିଭରା
କୋଳଟି ଯାହାର,
ନତମସ୍ତକ ହୁଏ ସର୍ବ ମମତା
ଆଗେ ତାହାର ।
ନଥାଏ ତାର ନିଜସ୍ଵ ସୁଖ, ନଥାଏ
କାମନା ଯାହାର
ଆଲୋକ ମୟୀ ଦୀପ୍ତିମୟୀ ଜନନୀ
ନାମ ତାହାର ।
ଅବଳା ଦୁର୍ବଳା ନୁହଁ, ମଙ୍ଗଳ
କାରିଣୀ ସିଏ
ଘର ପାଇଁ ସ୍ତ୍ରୀ ସବୁ କିଛି ଦୁଃଖ
ପିଇ ସହିଥାଏ ।
ପ୍ରୀତି ଶୃଙ୍ଗାରୁଣୀ ପ୍ରୀତିର ରାଗିଣୀ
ଷୋଳ ଶୃଙ୍ଗାରେ,
ବିହ୍ଵଳିତ ସିଏ ସୁନ୍ଦର ଜୀବନ
ଭାବନା ଚେତନାରେ ।
ଯେ କୌଣସି ସମସ୍ୟାରେ ଚେଷ୍ଟା
କରୁଥାଏ ଘରକୁ
ସ୍ଥିର ରଖିବାକୁ ସଦା ପାଳନ କରୁ
ଥାଏ କର୍ତ୍ତବ୍ୟକୁ ।
କୁଳବଧୂ ହସ କାନ୍ଦ ସହି ଘର
ପାଇଁ ଚିନ୍ତା କରୁଥାଏ
ଭିତରେ ଢାଳି ବିଷ, ନେଉ ତ
ଜୀବନ ସୁଖ ଯୋଗାଉଛି ଯିଏ ।
ଦୁନିଆ ଆଲୋକିତ କରେ ନାରୀ
ସ୍ନେହ ଓ ମମତା ଦେଇ
ଢାଳେ ମମତା ଧାରାର ବର୍ଷା,
ନିଃସ୍ଵାର୍ଥପର ହୋଇ ।
ସମୟ ପଡ଼ିଲେ ନାରୀ ସାଜଇ
ନାରାୟଣୀ, ସନ୍ତାନ ପାଇଁ
କେବେ ସାଜେ ସେ, ବସୁଧା ସମଗ୍ର
ଦୁନିଆ ପାଇଁ ।
ରଙ୍ଗ ମାଖି, ବାଜା ବଜେଇ କି
ନାଚିଲେ ଖାଲି
କ'ଣ ହେବ କୁହ, କରିଲେ ଖାଲି
ମିଟିଙ୍ଗି ରାଲି ।
ଚନ୍ଦ୍ରମା ସମୟ ପଡିଲେ ଲୁଚି ଯାଏ
ବାଦଲର ଛାୟାରେ
ଲହରୀ, ଲୀନ ହୋଇଯାଏ ସମୁଦ୍ରର
ଗର୍ଭ ଭିତରେ ।
ଅହଙ୍କାର ବାଦଲ ଆମ ବଡ଼ ଶତ୍ରୁ,
ଆଣିଵାନି ମନ ମଧ୍ୟକୁ,
ଜୀବନର ଅପରାହ୍ନେ ମଧ୍ୟ ତାହାକୁ
ତଡ଼ି ଦେବା ବହୁ ଦୂରକୁ ।
ଛାରଖାର କରିବାନି ଆମର ଏଇ
ସୁନ୍ଦର ସଂସାରକୁ
ଦୂରୁ ଜୁହାର କରିବା କଟୁ ଜହର
ପୁରୁଷ ଆତ୍ମକୈନ୍ଦ୍ରିକ ଗରବକୁ ।
ପୁରୁଷ ଆତ୍ମକୈନ୍ଦ୍ରିକ ଅହଙ୍କାର ସ୍ପର୍ଶେ
ହଜିଯାଏ ହିତାହିତ ଜ୍ଞାନ,
ନିମିଷକେ ଶତ୍ରୁ ପାଲଟି ଯାଆନ୍ତି ସେ
ଅହଙ୍କାରେ ସବୁ ଜନ।