STORYMIRROR

Prabhanjana Tripathy

Abstract

3  

Prabhanjana Tripathy

Abstract

ପୁରୁ ମୋ କାଳ

ପୁରୁ ମୋ କାଳ

1 min
296


ଚିନ୍ତିତ ଆଜି ଜୀବନ ସଂଗ୍ରାମେ

ବଞ୍ଚିବା ଖାଇବା ଖଟିବା ବୋଲି

ମୁକ୍ତ ହୁଏ ନାହିଁ ଅନ୍ତର ପକ୍ଷୀ

ଚାହୁଁ ଅଛି ସ୍ୱର୍ଗେ ଉଡିବ ଖାଲି


କାହାକୁ ଯଦି ପଥପ୍ରାନ୍ତ ଯାଏଁ

ସାଥିରେ ନେବାକୁ ମନଟି ଚାହେଁ

ଅଧା ବାଟରେ' ପୁଣି ଛାଡିଯିବ

ଏହି ଭାଵ" ଭାରି 'ଅନ୍ତର' ହୁଏ


କୂଳକୁ କଳଙ୍କ" କାଳେ କୀର୍ତ୍ତୀ ଯିବ

ପୂର୍ବ ଗୌରବ ଯିବ ମଉଳି

ଇତିହାସ ବୃତ୍ତ ହୀନ ପଡିଯିବ

ହୀନ ମାନ, ହୀନ କର୍ମରେ ଢ଼ଳି


ନିଜକୁ ସମ୍ମାନ,ପରକୁ ଇଜ୍ଜତ

ଆପଣାକୁ ହୃଦ କୋଣରେ ରଖି

ହୃଦୟ ଚାହେଁ ଏମିତି ବଞ୍ଚିବି

ବଡ଼ ଗୁରୁଜନ କଥାକୁ ଶିଖି


ମୁକ୍ତ ଯେବେ ହେବ,ପିଣ୍ଡ ଠାରୁ ପ୍ରାଣ

ଜୟ ଜୟକାର ହୋଇବ ବୋଲି

ମୁଁ ମରିଗଲେ ସବୁ ଲିଭି ଜାଉ

କେବଳ ଥାଉ ମୋ ଭାବନା ଖାଲି


ନ ଥାଉ ମୋହର ,ଚିତ୍ର କି ସନ୍ତକ

ନ ଥାଉ ମୋ ସ୍ତୁପ, ନ ଥାଉ ମୂର୍ତ୍ତି

ନ ଥାଉ ମୋର ଗୁଣର ଗାରିମା

ନ ଥାଉ ମୋର,ସ୍ମୃତି କି କୀର୍ତ୍ତୀ


ଆସିଛି ଏକା ଯିବି ତ ନିଶ୍ଚୟ

ଲଙ୍ଗଳା ପୁଙ୍ଗୁଳା ଦେବେ ତ ପୋଡି

ଚାରି ବାଉଁଶରେ କୁକେଇ କୁ ବୋହି

ସଜେଇ ରଖିବେ କୋକେଇ ଭାଡ଼ି


ଲୋଡ଼ା ମତେ ମୋର ଜୀବନ ଚରିତ୍ର

ଜୀବନ ଜାଗର ଏହି ତ ମୂଳ

ଜୀଵ ଥିବା ଯାଏଁ ବନ୍ଧୁ ବାନ୍ଧୁଥିବି

ବନ୍ଧୁ ଋଷିଗଲେ ପୁରୁ ମୋ କାଳ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract