STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ପୁରୀ

ପୁରୀ

1 min
0

ପୁରୀ ସହରରେ ଜଗନ୍ନାଥଙ୍କ ବାସ 
ସେଇଠୁ ଆରମ୍ଭ ସ୍ବଛ ପରିବେଶ 
ବଡ଼ମନ୍ଦିରର ସ୍ୱଚ୍ଛତା  ପରଖି 
ତୀର୍ଥଯାତ୍ରା ପାଇଁ ଭକ୍ତ ଆସନ୍ତି ଦେଖି 
ମହୋଦଧି କୂଳେ ବାଲୁକା ଶେଜ 
ବାଲୁକା କଳାର ବେଶ ଓ ସାଜ 
ଜରି ପଲିଥିନ ଖୋଳ ଅଳିଆ 
କାଢିନେଇ ଚିକ୍କଣ ସମୁଦ୍ର କୁଳିଆ 
ବାଲିରେ ଦର୍ଶକ ନିଜ ନାମକୁ ଲେଖି 
ଢେଉ ଧୋଇନିଏ ସିପ ଶାମୁକା ମାଖି 
ବଡ଼ଦାଣ୍ଡେ ଠିଆ ତିନିରଥ 
ଶୋଭା ଦେଖି ଭକ୍ତ ମନୋରଥ 
ପତିତପାବନ ନାମରେ ବାନା ଉଡଇ 
ପତିତ ଜନଙ୍କ ଉଦ୍ଧାର ପାଇଁ 
ନିଜେ ପ୍ରତିନିଧି ମଣିମା ରାଜନଅରୁ ଆସି 
 ରଥ ଖରକନ୍ତି ଛେରାପହଁରା ନାମରେ ଖୁସି


Rate this content
Log in

Similar oriya poem from Abstract