STORYMIRROR

Goutam Mohanty

Classics

3  

Goutam Mohanty

Classics

ପୁନରାଗମନ

ପୁନରାଗମନ

1 min
46


ତୁମେ ଶ୍ରଦ୍ଧାରେ ଦେଇଛ

ମୋତେ ଯେତେକ ଆୟୁଷ

କେବେ କି ସ୍ୱଚ୍ଛନ୍ଦରେ ତାହାକୁ

ଜୀଇଁବାକୁ ଦେଇଛ?


ମଦାରୀର ମାଙ୍କଡ଼ଟିଏ ସମ

ଏ ମୋର ଜୀବନ ଧାରଣ

କଷଣ ପୀଡ଼ିତ ପ୍ରାରବ୍ଧ ବଶ!


ଉପରେ ଗୋଟିଏ

ଭିତରେ ଗୋଟିଏ

ଅସଜଡ଼ା ରଙ୍ଗମଞ୍ଚରେ ଅଭିନୀତ

ଏ ଜୀବନ ଏକ ଦୁସ୍ଥ ନୃତ୍ୟ!


ଯେଉଁଠି ସମ୍ଭ୍ରାନ୍ତର ମୁଖା ପିନ୍ଧି ତ' ହୁଏ

ଅଥଚ, ମରେନାହିଁ ପେଟର ଭୋକ!


ମୁଦ୍ରିତ ଚକ୍ଷୁର ବେଳାରେ ମୁଁ କହୁଛି,

ପୁନଃ ଆବଶ୍ୟକ ନାହିଁ ମୋର

ଏ ଜୀବନ, ଆଉ ଏ ତ୍ରୁଟିପୂର୍ଣ୍ଣ ଆୟୁଷ।


ମୋତେ ବଞ୍ଚିବାକୁ ଦିଅ

ଚିକ୍ ମିକ୍ ତାରାର ଜାଜ୍ଜୁଲ୍ୟ ଜୀବନ

ଦିଅ ମୋତେ ଏଥର ଶ୍ରଦ୍ଧାରେ

ଗୋଟିଏ ତାରାର ତୃଟିଶୁନ୍ୟ ଆୟୁଷ।


ତ୍ରୁଟିଶୁନ୍ୟ!!?


ତୁମେ ହସି ହସି କହୁଥାଅ

ହେଉ ସେ ତାରା କି ହେଉ ମଣିଷ

ଆୟୁଷ ମାତ୍ରେ ହିଁ ତ୍ରୁଟିଯୁକ୍ତ ତ୍ରୁଟିପୂର୍ଣ୍ଣ!


ତାରା ଜହ୍ନରେ ଆଲୋକିତ

କେବଳ ଗୋଟିଏ ରାତିର ପ୍ରେମିକ

ମଣିଷ ଆଜନ୍ମ ପ୍ରେମିକ

ଦିନ ରାତି ଅହର୍ନିଶ ଆଲୋକିତ।


ମୁଁ ମଣିଷ

ଅତଃ ପୁନର୍ଜନ୍ମିତ


ହେ ଜୀବନ!


ପିନ୍ଧାଇ ଦେବୁ ମୋତେ

ପୁନର୍ବାର ପଚାସଢା ମାଂସର ବସ୍ତ୍ର

ମୋତେ ପୁନର୍ବାର 

ଜାଗ୍ରତ ହେଉଛି ପୁଣି ଜୀଇଁବାର ଲୋଭ।

                  


Rate this content
Log in

Similar oriya poem from Classics