STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ପୁଣ୍ୟକର୍ମ

ପୁଣ୍ୟକର୍ମ

1 min
135


ସତ୍ୟରେ ରହିଛି ପୁଣ୍ୟକର୍ମ ଭାଇ

ଯେବେ ହେବୁ ସତ୍ୟବାଦୀ,

ଥାଇ ସତ୍ୟପଥେ କର୍ମ କରୁଥିବୁ

ନ ହେବୁରେ ମିଥ୍ୟାବାଦୀ।


ହିଂସା ଅହଙ୍କର ନରଖିବୁ ଅନ୍ୟେ

କରିବୁ ସାହାଯ୍ୟ ତାର,

ଆପଦ ବିପଦେ ନଜର ରଖିବୁ

ହୋଇବୁରେ ଆଗଭର।


ଜନସେବୁ ଥିବୁ ନିସ୍ବାର୍ଥେ ରହିଣ

ତୋର ପୁଣ୍ୟକର୍ମ ଏହୁ,  

ଭାଇ ପୁଣ୍ୟକର୍ମ ରାଷ୍ଟ୍ରସେବା ଯହିଁ

କରିବୁ ଆଦରେ ସେହୁ।


ଅତିଥି ସତ୍କାର ଅଟେ ପୁଣ୍ୟକର୍ମ

ଭକ୍ତି ଜଗନ୍ନାଥ ନିତ୍ୟେ,

ଗୃହର କର୍ତ୍ତବ୍ୟ ଜରୁରୀ ତହର

ସେବା ପିତୃମାତୃ ନିତ୍ୟେ।  


ଗାଆଁର ଉନ୍ନତି କରିବା କର୍ତ୍ତବ୍ୟ

ସୁରକ୍ଷାଟି ମାତୃଭାଷା,

ଉନ୍ନତି ହେଲେରେ ଗାଆଁଟି ଆମର

ପୂର୍ଣ୍ଣ ହେବ ଅଭିଳାଷା।


ରାଷ୍ଟ୍ରର ଉନ୍ନତି ଗାଆଁରେ ଜଡ଼ିତ

କରିବା ଗାଆଁର କାର୍ଯ୍ୟ,

ଆଦର୍ଶ ଗାଆଁଟି ନିର୍ମାଣ କରିବା

ଏହୁତ ଜୀବନେ କାର୍ଯ୍ୟ।


ଶିକ୍ଷାର ନିମନ୍ତେ ପ୍ରେରିତ କରିବା

ହୁଅନ୍ତୁ ଶିକ୍ଷିତ ସର୍ବେ,

ଏହୁ ପୁଣ୍ୟକର୍ମ ମନୁଷ୍ୟ ଜୀବନେ

କରିବା କର୍ତ୍ତବ୍ୟ ସର୍ବେ।


ଦାନ କରିବାଟି ପୁଣ୍ୟକର୍ମ ଭାଇ

ନଥିବଟି ହୃଦେ ସ୍ବାର୍ଥ,

ଦାନ ରାଷ୍ଟ୍ରହୀତେ କରିବା କର୍ତ୍ତବ୍ୟ

ଏହୁ ପୁଣ୍ୟକର୍ମ ଅର୍ଥ।




Rate this content
Log in

Similar oriya poem from Abstract