Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharati Lenka

Classics Others

4  

Bharati Lenka

Classics Others

ପୁଣ୍ୟ ତିଥି

ପୁଣ୍ୟ ତିଥି

1 min
382



ତୁମ କରୁଣା ନ ହେଲେ ବାବା

କିଏ ଲେଖିବଚରିତ ତଵ

ତୁମେ ସର୍ବ ନାମ ତୁମେ ପରଂ ବ୍ରହ୍ମ

ତୁମେ ପ୍ରଭୁ ମହାଦେବ

ତୁମେ ପ୍ରଭୁ ଦୟା କରୁଣା କ୍ଷମା

 ତୁମେ ପ୍ରଭୁ ଭକ୍ତି ଜ୍ୟୋତି

ହୃଦୟ ରେ ବସ ଆହେମହେଶ

ଗାଇବି ତଵ କିରତି

ତିନି କାଳ ପ୍ରଭୁ ଗଲାଣି ମୋ କଟି

କlଳକ ରହିଛି ବାକି

ଶେଷ କାଳ ମୋର କଟି ଯାଉ ପ୍ରଭୁ

ତୁମ କଥା ଲେଖି ଲେଖି

ତୁମ ଅlଶିସେ ଅନ୍ତରୁମୋହର 

ଝରଇ କରୁଣା ଝର

କଲମ ମୁନରେ ଦେବି ସଜାଇ

ବାରେ କରୁଣା କର

କଲମ ମୋର ଛୁଆଁଇ ପ୍ରଭୁ

ତୁମ ଶ୍ରୀ ଚରଣତଳେ 

ଭକତ ଜନ ଦୋଷ ନ ଧରି

କ୍ଷମା କରିଦେବ ବାରେ

ଆଖି ଦେଖିନି ପ୍ରାରବ୍ଧ କୁ ପ୍ରଭୁ

ପାଲଟି ଗଲିଣି ଶବ

 ଶବକୁ ଦିଅ ଜୀବନ ଦାନ

ହେପ୍ରଭୁ ମହାଦେବ

ଏ ଜୀବନ ଧନ ଯଉବନ ପ୍ରଭୁ

କ୍ଷଣ ଭଙ୍ଗୁର ମାତର

 ତୋ ସାଥେ ପ୍ରୀତି ହେ ପଶୁ ପତି

 ଲୁହରେ ଜାଳେ ଜାଗର

 ଆହେ ଉମାପତି ଦିଅ ଦିବ୍ୟ ଜ୍ୟୋତି

 ଦୁର ହେଉ ଅନ୍ଧକାର

 ତୁମେ ହିଁ ସତ୍ୟ ତୁମେ ସୁନ୍ଦର

 ତୁମେ ପରମେଶ୍ୱର

 ମସ୍ତକରୁ ସଦା ଝରୁଥାଏ ନିତ୍ୟ

 ପବିତ୍ର ଗଙ୍ଗା ର ଝର

ଗରଳ ଗିଳା ହେ ଭାବ ଭୋଳl

କୋଟି କୋଟି ନମସ୍କାର 

ପୁଣ୍ୟ ଜାଗର ଆସିଛି ଆଜି

ପୁଣ୍ୟ ପସରା ଧରି

ଦୁଃଖ ନାଶନ ହେ ପଞ୍ଚାନନ

ଯାଉ ଦୁଃଖ ଅପସରି

ଭକ୍ତି ପୁଷ୍ପରେ ଦେବି ସଜାଇ

ହୃଦୟ ମନ୍ଦିରେ ଆଜି

ଜପୁଛି ପ୍ରଭୁ ପଞ୍ଚା କ୍ଷରମୁଁ 

ତୁମରି ଛବି ଆଙ୍କି

କୃଷ୍ଣ ଚତୁର୍ଦ୍ଦ୍ୱସୀ ତିଥିରେ ପ୍ରଭୁ

ପଡଇ ମହା ଜାଗର

ଏ ବ୍ରତ ଅତି ପ୍ରିୟତୁମର

ହେ ଭୋଳା ମହେଶ୍ୱର

 ପାରି ହେବୁ ଯେବେ ଏ ଭବ ସାଗରୁ

 ଶିବ ନାମ ଗୋଟି ରଟ

 ରହିବନି ତୋର ଧନ ଯଉବନ

ରହିବନି ତୋର ଥାଟ

ନିଶ୍ଚୟ ସରିବ ତୋ ବଳ ବୟସ

 ରହିବନି ଉଦ୍ଦାମତା

ମନ ମଧ୍ୟ୍ୟ ଭଜ ଶିବ ପଦ ରଜ

ହୃଦେ ଭରି କୋମଳତା

ଅବାଟ କୁ ପୁଣି ଦେଖାଇ ବେ ବାଟ

ସେ ପଞ୍ଚା ନନ ଗୋସେଇଁ

ରଖିଲେ ଶିବ ମାରିବ କିଏ

ଚରଣେ ତଵ ନମଇଁ ll


Rate this content
Log in

Similar oriya poem from Classics