Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharati Lenka

Classics

4  

Bharati Lenka

Classics

ମୋ ଦେଶ

ମୋ ଦେଶ

1 min
270



ମାଆ ଟି ମୋର କେଡେ ସୁନ୍ଦର

 ଭାରତ ତା'ର ନାଁ,

ଭୁଲିହୁଏନା ମାନସ ପଟୁ

କେବେ ତାହାର ନାଁ ।

ହିମାଳୟ ଯା'ର ଗଭା ମଣ୍ଡନ

 କରେ କିରୀଟ ରାଜି 

ସାଗର ଯା'ର ଚରଣ ଧୁଏ

ଲହଡ଼ି ମାଳା ସାଜି ।

ଉଡ଼ଇ ଆମ ନେତ ତ୍ରିରଙ୍ଗା

ଆକାଶେ ଫର ଫର

ନୁଆଁଇ ଶିର କରୁଛି ଆଜି

କୋଟିଏ ନମସ୍କାର ।

କେତେ ଯେ ବୀର କେତେ ସାଧକ

 ଜନମି ଏଇ ଦେଶେ

ରଚିଲେ କେତେ କୀର୍ତ୍ତିସ୍ତମ୍ଭ

ଦେଶ ଆଉ ବିଦେଶେ ।

ଗାନ୍ଧୀ, ନେହେରୁ ଜବାହାର ଲାଲ

ପୁଣି ଇନ୍ଦିରା ଗାନ୍ଧୀ

ଦେଶ ପାଇଁକି ସଂଗ୍ରାମ କରି

ହାତରେ ହାତ ଛନ୍ଦି।

ଭାଇଚାରାର ଦେଶରେ ଏହି

ଏକତା ଆମ କାମ୍ୟ

ସୁନାର ଏଇ ଭାରତ ଆମ

ରଖିବା ଦେଶ ନାମ ।

ଲେଖିବା ପୁଣି ନୂଆ କାହାଣୀ

ଆଗାମୀ ପିଢ଼ି ପାଇଁ

ଯେମିତି ଆମ ପୂର୍ବ ପୁରୁଷ

ଛନ୍ତି ଅମର ହୋଇ ।

ଆମେ ସଭିଏଁ ତାଙ୍କ ଦାୟଦ

ତାଙ୍କରି ସ୍ୱାଭିମାନ

ତଳେ ପକାଇ ଦେବାନି କେବେ

ତାଙ୍କରି ସନମାନ ।

ଆମ ତ୍ରିରଙ୍ଗା ଆମରି ମାନ

 ଆମେରେ ବୀର ଜାତି

ଦେଶ ପାଇଁକି ଶତ୍ରୁର ଆଗେ

 ପତାଇ ଦେବୁ ଛାତି ।

ଜୟ ଭାରତ ଜୟ ତ୍ରିରଙ୍ଗା

ଜୟ ମୋ ମାଟି ମାଆ

ତ୍ରିରଙ୍ଗା ଛୁଇଁ କରେ ଶପଥ

ରଖିବି ତୋର ନାଁ ।


Rate this content
Log in

Similar oriya poem from Classics