Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjaya Ananda Kumar Tripathy

Romance

4.1  

Sanjaya Ananda Kumar Tripathy

Romance

ପୁଣି ପ୍ରେମର ଗଜଲ

ପୁଣି ପ୍ରେମର ଗଜଲ

1 min
218


ତୁମ ଆଖି ସହ ଆଖି ମିଶିଗଲେ

ଲାଗେ ସତେ କେତେ ଭଲ,

ଲେଖିବାକୁ ଇଛା ହୁଏ ତୁମ ପାଇଁ

ପୁଣି ପ୍ରେମର ଗଜଲ ।

ରହେ ନାହିଁ କିଛି ମନେ ଆଉ ମୋର

ଭାବି ଭାବି ତୁମ କଥା,

ରାତି ଉଜାଗର ହୁଏ ସେଇ ଦିନ

ଖୋଲା ଥାଏ ଆଖି ପତା ।

ଲେଖି ଯାଏ କେତେ ଗୀତ ପୁଣି

ଅପଲକ ନୟନରେ,

କେଜାଣି କେଉଁଠୁ ଆସେ ତାହା ସବୁ

କିଛି ଜାଣି ବି ନ ପାରେ ।

ବୋଧହୁଏ ପ୍ରେମ ହୋଇଗଲା ପରେ

ଭାଷା ସବୁ ମିଳିଯାଏ,

କଲମ ଧରିଲେ ଆପେ ଆପେ ତାହା

କାଗଜରେ ଲେଖି ହୁଏ ।

ଯାହାହେଉ ଆଜି ତୁମ ପାଇଁ ମୁହିଁ

ହୋଇ ଯାଇଅଛି କବି,

କବିତାରେ ନିତି ଦେଖୁଅଛି ମୁଁ ଯେ

ଖାଲି ତୁମ ପ୍ରତିଛବି ।

ଅଜାଣତେ ଦିନେ ଯଦି ତୁମେ କେବେ

ପଢ଼ିବ ଏଇ କବିତା,

ସେଇ ଦିନ ତୁମେ ନିଶ୍ଚେ ଜାଣି ଯିବ

ମୋ ପ୍ରେମର ଗଭୀରତା ।

ଆମ ଦୁହିଁଙ୍କର ପ୍ରେମ ସବୁଦିନ

ଏଇମିତି ରହିଥାଉ,

ତୁମ ପାଇଁ ଗୀତ ଲେଖି ଲେଖି ମୋର

ଜୀବନଟା ସରିଯାଉ ।


Rate this content
Log in

Similar oriya poem from Romance