STORYMIRROR

Bharatabandhu Biswal

Romance

3  

Bharatabandhu Biswal

Romance

ପୁଲକ-୭ ଘାସ ଫୁଲ ଓ ଆକାଶ-୨

ପୁଲକ-୭ ଘାସ ଫୁଲ ଓ ଆକାଶ-୨

1 min
307


ଅନ୍ଧକାରେ ଆଲୋକ ଟିକିଏ ପାଇଁ 

କି ଦୁଃସହ ବ୍ୟାକୁଳତା ,

ମୁହଁ କୁ ଦିଶେ ନା ମୁହଁ 

ଦୁଇପୁଡା ନିଃଶ୍ୱାସ ପ୍ରଶ୍ୱାସ ବାରି ଜୀଇବାକୁ ପଡ଼େ,

ଘାସ ଫୁଲ ! କଥା ଦିଅ!!

ସଙ୍ଖୋଳିବା ଜୀବନକୁ ଡହଡହ ଅଗ୍ନି ପରୀକ୍ଷା ରେ ।

ବନ୍ୟା ବାତ୍ୟା ଭୂମିକମ୍ପ

ଦାରୁଣ ନିଦାଘ ତାପ

ମୁଣ୍ଡେ ବହି ଅସରନ୍ତି ଦୁଃଖ ର ପାହାଡ଼,

 ଶୁଖିବାକୁ ଦେବା ନାହିଁ ଚିରନ୍ତନୀ ମମତାର ନିର୍ଝର;

ଘାସ ଫୁଲ! କଥା ଦିଅ!!

ନିରେଖିବା ପ୍ରାଣମୟୀ ନିଳିମାକୁ ଆତ୍ମଦାହୀ ଅଶ୍ରୁପାତ ଦହଗଞ୍ଜ ହତାଶି ଆଁରେ ।

ପ୍ରେମର ନାହିଁ ବିନାଶ ଜରା ବ୍ୟାଧି ମୃତ୍ୟୁ 

ଅନନ୍ତ ପ୍ରେମ ରେ ଜନ୍ମ ହୁଏ ବାର ବାର 

ଜୀବନ କଅଁଳି ଉଠେ ଧରାବୁକେ ଗଗନେ ପବନେ;

ଘାସ ଫୁଲ! କଥା ଦିଅ!!

ଶ୍ୟାମ ତୁମ ଆଗମନୀ ସୁରେ

ଜୀବନ ମେଘାଇ ଉଠୁ

 ଅବିକଳ ତୁମ ରୂପ ତୁମ ରସ ଗୁଣେ ।


ଯଦି ତୁମେ ଭାଙ୍ଗି ପଡ କ୍ଷଣିକ ଦୁଃଖ ରେ

 ଆନମନା ଗୁମାନୀ କପୋତୀ ପରି ବସ ତରୁ ଡାଳେ,

ବିରାଗେ ବାହୁନି କୁହ- ଆଗୋ ପ୍ରିୟତମ !

 ଅନିତ୍ୟ ଏଇ ସଂସାର, ଦୂରୁହ ସବୁଜ ସ୍ୱପ୍ନ, 

ଜୀବନରେ ମୁକ୍ତି କାହିଁ କୁହ ? 

ଏ ଆକାଶ ଉବାଚିବ ପକ୍ଷବାନ କପୋତଟି ହୋଇ -

 ପ୍ରାଣ ସଖୀ! ଘାସ ଫୁଲ !! ମୋ କପୋତୀ ରାଣୀ !!! 

ପ୍ରେମ ଅଟେ ଚିରନ୍ତନ 

ବତୁରେ ସବୁଜ ସ୍ୱପ୍ନ

 ମୁକ୍ତିର ମୂଳମନ୍ତ୍ର ଲିପିବଦ୍ଧ ତୁମ ମୋ

 ପ୍ରତି ବକ୍ଷ ନୀଳ ଅକ୍ଷରରେ ।

  ---------


Rate this content
Log in

Similar oriya poem from Romance