STORYMIRROR

Sunanda Mohanty

Action Classics Thriller

4  

Sunanda Mohanty

Action Classics Thriller

ପଟି ଦିଅଁ 

ପଟି ଦିଅଁ 

1 min
14


ମନ ବୁଝିଗଲେ ବୁଝୁନି ଆଖି 
ଆଖି ବୁଝିଗଲେ ମନ ଅସୁଖୀ 
 ଭେଟିବାକୁ ସଖା ଅଲାରନାଥ ସାକ୍ଷୀ 
ତଥାପି ବୁଝେନା ଦୁଇ ଆଖି ନିରିମାଖି 
ସେ ଅପୂର୍ବ ଠାଣି ଆଣେ ଆଖିରେ ପାଣି 
ବରଷେ ହୃଦୟେ ମନେ ପ୍ରତିଛବି ଦେଖି 
ପଟି ଦିଅଁଙ୍କୁ ଚାହିଁଲେ ଲାଗୁଛି ବାକି 
ସାତତାଳ ଗଭୀରେ ଅଛନ୍ତି ଚକାଆଖି 
ଫୁଲୁରି ମାଖି ଭଲହେଲେ ଚନ୍ଦନ ମାଖି 
ଯିବେ ମାଉସୀମାଆ ଦେଖି ପୋଡପିଠା ଚାଖି 
ଏତେ ଦିନକୁ ଚାହିଁରହିବା ସହି ହେଉନି ସଖି 
ପଞ୍ଚମ ଦୁଆର ଖୋଲି ହୃଦୟରେ ବସିଛି ମନର ପକ୍ଷୀ 
ଦେଖିବ ଜଗନ୍ନାଥ ବଳଭଦ୍ର ହଳଦୀ ସୁମୁଖୀ 
ଭକ୍ତ ସାଥେ ଭଗବାନ ନିଜେ ନିଜକୁ ଯୋଖି 
ମଣିଷ ପରିକା କର୍ମ କରନ୍ତି ଦେଖି ପରଖି 
ପଟିଦିଅଁ ହସନ୍ତି ଭକ୍ତେ ଦେଖି 
ମୁଁ ସେହି ଦିଅଁ ତୁମ ହୃଦୟେ ଯାଇଛି ମାଖି 
ତୁମେ ଯାରେ କୁହ ଚକାଆଖି 
ମୋରି ଭିତରେ ତାଙ୍କୁ ହିଁ ଦେଖି 
ବୋଲାଇବ ଶ୍ରେଷ୍ଠ ଭକ୍ତ ମାନିଗଲେ ଆଖି 
ଆଖିର ସାକ୍ଷୀ ମନର ପକ୍ଷୀ 
ମିଶିଗଲେ ଭାବ ଭକ୍ତିକୁ ଦେଖି 
ଚକାଆଖି ଭିତରେ ବାହାରେ ଭକତେ ଦେଖି 
ନବଯୌବନ ରୂପକୁ ଯୋଖି ମାଖି ଲେଖି 
ଉଡିବେ ରଥରେ ପଟିଦିଅଁ ରହିବେ ଏମିତି ଲାଖି


Rate this content
Log in

Similar oriya poem from Action