Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Action Inspirational

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Action Inspirational

ପତ୍ନୀ ହେବ ଏମିତି

ପତ୍ନୀ ହେବ ଏମିତି

1 min
160



ପତ୍ନୀ ହେବ ଏମିତି......

ସେବା ଯତ୍ନ ପ୍ରେମ ଦାନେ

ସ୍ଵାମୀ ସୁଖୀ ରହିବ ଯେମିତି,

ଶାଶୁ ଶଶୁର ଗୁରୁଜନେ

ଆଶୀର୍ବାଦ କରୁଥିବେ ନିତି।

ଦୁଃଖରେ ସୁଖରେ ଥିବ 

ପତି ପାଶେ ପାଳି ନ୍ୟାୟନୀତି,

ଧୈର୍ଯ୍ୟ ସହିଷ୍ଣୁତା ପଣେ

ହେବ ସର୍ବଂସହା ବସୁମତୀ।

ପତ୍ନୀ ହେବ ଏମିତି.....

ଦାୟିତ୍ବ କର୍ତ୍ତବ୍ୟ ତୁଲାଉଥିବ

ପରିବାରର ହିତେ ଦିନରାତି,

ହୃଦେ ମା'ର ମମତା ରଖି

ସମଦୃଷ୍ଟିର ଥିବ ମନୋବୃତ୍ତି।

ଅନ୍ତରରୁ ତ୍ୟାଗ ଆଦର୍ଶ ଦେଖାଇ

ପାଳୁଥିବ ସନ୍ତାନ ସନ୍ତତି,

ପବିତ୍ର ମନେ ଇଷ୍ଟ ଦେବତାଙ୍କୁ

ପୂଜୁଥିବ ହୃଦୟେ ରଖି ଭକ୍ତି।

ପତ୍ନୀ ହେବ ଏମିତି......

ପତନରୁ ରକ୍ଷା କରୁଥିବ

ପଥହୁଡି ବିପଥେ ଗଲେ ପତି,

ଅନ୍ୟାୟ ଅନୀତି ନ ସହି

ସୁରକ୍ଷା ଲାଗି କରୁଥିବ କ୍ରାନ୍ତି।

ନିର୍ଯ୍ୟାତନା ଅତ୍ୟାଚାର

ସହିବନି କେବେ ମଥା ପାତି,

ଦୁହିତା ରୂପେ ଦୁଇକୁଳର

ମଙ୍ଗଳ ଲାଗି ରହୁଥିବ ଚିନ୍ତି।

ପତ୍ନୀ ହେବ ଏମିତି....

ନାରୀ ଧର୍ମ ପାଳନେ ଶ୍ରୀମତୀ

ହୋଇ ରହିଥିବ ସଦା ବ୍ରତୀ,

ଦେବୀ ସୀତା ସାବିତ୍ରୀଙ୍କର

ଆଦର୍ଶରେ ଥିବ ତା' ଅନୁରକ୍ତି।

ଅବଳା ଦୁର୍ବଳା ନ ଭାବି

ନିଜକୁ ଭାବୁଥିବ ଆଦିଶକ୍ତି,

ପୁଣ୍ୟ ଅର୍ଜନେ ନିଷ୍ଠା ପାଳି

ପ୍ରଗତି ପଥେ କରୁଥିବ ଉନ୍ନତି।

ପତ୍ନୀ ହେବ ଏମିତି......।



Rate this content
Log in

Similar oriya poem from Action