STORYMIRROR

Kalandi pal

Inspirational

4  

Kalandi pal

Inspirational

ପଥର ହୁଅଇ ପାଣି

ପଥର ହୁଅଇ ପାଣି

1 min
352



ଡାକି ଦେଲେ ଥରେ ତୁମ ନାମ ଧରି

    ପଥର ହୁଅଇ ପାଣି

ଅଥଳ ସାଗରେ ଭାସଇ ପଥର

    ତୁମ ନାମ ଥିଲେ ପୁଣି

ଜଗାରେ, ହୃଦେ ଶ୍ରଦ୍ଧା ଥିଲେ ପୁଣି


ଭକତ ଶ୍ରଦ୍ଧାରେ ତୋ ଜୀବନ ବନ୍ଧା

     ଭକତ ବତ୍ସଳ ହରି

ଭକତର ଦୁଃଖ ପାରୁନାହିଁ ଦେଖି

     ବରଷୁ ଅଭୟ ବାରି

ସେ ବନ୍ଧୁ ମହାନ୍ତି, ସେ ଗୋପ ଯୁବତୀ

     ଶ୍ରଦ୍ଧାରେ ବାନ୍ଧିଲେ ପୁଣି


ହନୁ ସେବା କଲେ ଗଗନେ ଉଡ଼ିଲେ

     ଅସାଧ୍ୟକୁ ସାଧ୍ୟ କଲେ

ପ୍ରହ୍ଲାଦ ଡାକିଲେ ତା ଟେକ ରଖିଲ

    ହିରଣ୍ୟକ ବଧ ହେଲେ

ଯୁଗେ ଯୁଗେ ତୁମ ନାମ ଶ୍ରେଷ୍ଠ ପ୍ରଭୁ

     ସେଥିରେ ନିନ୍ଦା ଲାଗେନି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational