ପଥର ହୁଅଇ ପାଣି
ପଥର ହୁଅଇ ପାଣି
ଡାକି ଦେଲେ ଥରେ ତୁମ ନାମ ଧରି
ପଥର ହୁଅଇ ପାଣି
ଅଥଳ ସାଗରେ ଭାସଇ ପଥର
ତୁମ ନାମ ଥିଲେ ପୁଣି
ଜଗାରେ, ହୃଦେ ଶ୍ରଦ୍ଧା ଥିଲେ ପୁଣି
ଭକତ ଶ୍ରଦ୍ଧାରେ ତୋ ଜୀବନ ବନ୍ଧା
ଭକତ ବତ୍ସଳ ହରି
ଭକତର ଦୁଃଖ ପାରୁନାହିଁ ଦେଖି
ବରଷୁ ଅଭୟ ବାରି
ସେ ବନ୍ଧୁ ମହାନ୍ତି, ସେ ଗୋପ ଯୁବତୀ
ଶ୍ରଦ୍ଧାରେ ବାନ୍ଧିଲେ ପୁଣି
ହନୁ ସେବା କଲେ ଗଗନେ ଉଡ଼ିଲେ
ଅସାଧ୍ୟକୁ ସାଧ୍ୟ କଲେ
ପ୍ରହ୍ଲାଦ ଡାକିଲେ ତା ଟେକ ରଖିଲ
ହିରଣ୍ୟକ ବଧ ହେଲେ
ଯୁଗେ ଯୁଗେ ତୁମ ନାମ ଶ୍ରେଷ୍ଠ ପ୍ରଭୁ
ସେଥିରେ ନିନ୍ଦା ଲାଗେନି
