STORYMIRROR

ମିତା ପଟନାୟକ

Abstract Others

3  

ମିତା ପଟନାୟକ

Abstract Others

ପଥ ଅସୁମାରୀ

ପଥ ଅସୁମାରୀ

1 min
12.2K

ଚାଲୁ ଚାଲୁ ଦିନେ ପଚାରି ବସିଲି 

ନିଜ ଭିତରେ ଥିବା ମୋ ନିଜକୁ 

ଆଉ କେତେ ବାଟ 

ଆଉ କେତେ କୋଶ 

ଜୀବନର ଲମ୍ବା ରାଜପଥ 

କଞ୍ଚା ବୟସ ସାଥେ ସବାର ହେଇଥିଲି 

ମନେ ମନେ ଗଢ଼ିଥିବା ସ୍ବପ୍ନ ରଥେ 

ଖୁବ ଉଡ଼ୁଥିଲି ମନଭରି 

ଆକାଶର ଏ ପ୍ରାନ୍ତରୁ ସେ ପ୍ରାନ୍ତ 

ଭେଟିଲି ଅକ୍ଷାଂଶ ଆଉ ଦ୍ରାଘିମାକୁ 

ଭଲ ମନ୍ଦ ପଚାରି ଆଗକୁ ଯାଇ 

ପହଞ୍ଚି ଗଲି ବିଷୁବ ରେଖା ପାଶେ 

ମଝିରେ ଥାଇ ଦେଖୁଥିଲି 

ଉତ୍ତର ମେରୁ ଆଉ ଦକ୍ଷିଣ ମେରୁକୁ 


କେମିତିଆ ଚିଜ ଏ ଜୀବନ ସତେ 

ଅଧା ଅନ୍ଧାର ଅଧା ଆଲୁଅ 

କେବେ ତୋଫା ଜହ୍ନ ରାତି 

କେବେ ଅମାବାସ୍ୟାର ଭିତ୍ତି 

ସବୁ ସହଜ ଗଣିତ ଭିତରେ 

ଅଛିଡା ଅମୁହାଁ କେତେଟା ସଂଖ୍ୟା 

ଜୀବନ ଅଙ୍କକୁ କରେ

ଜଟିଳରୁ ଜଟିଳତର 

କେବେ ଗୁରୁତର ଅସମାହିତ 

ଥଳକୂଳ ପାଉ ନଥିବା 

ବେଶ ଲମ୍ବା ଏକ ଯାତ୍ରା....।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract