Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Children

4  

Bharatabandhu Biswal

Inspirational Children

ପର୍ଯ୍ୟଟନ

ପର୍ଯ୍ୟଟନ

1 min
212



ଚାଲୁଥିଲା ଗାଡ଼ି ସର ସର

ବସିଥିଲା କୁନା ଗାଡ଼ିରେ ଆଗରେ

ବାପା ଥିଲେ ଗାଡ଼ି ଡ୍ରାଇଭର ।


କୋଣାର୍କ ପୁରୀ ବେଳାଭୂମି

ସୁନ୍ଦର ସଡ଼କ ଦୃଶ୍ୟ ମନୋହର

ସହଜେ ମନକୁ ନିଏ କିଣି ।


ହୋଇଥାଏ ବେଳ ଅପରାହ୍ନ

ସମୁଦ୍ର ପାର୍ଶ୍ଵରୁ ସୁଲୁସୁଲୁ ବାଆ

ବହି ଚାଲୁଥିଲା ଅନୁକ୍ଷଣ ।


ବାଟରେ ପଡ଼ିଲା ଚନ୍ଦ୍ରଭାଗା

ମୁହାଣରେ ଉଠେ ପ୍ରଖର ଜୁଆର

ବାରଣ ସେଠାରେ ଗାଧୋଇବା ।


ସରସ ସୁନ୍ଦର ଉପକୂଳ

ନଉକାରେ ବସି ଆସନ୍ତି ଯାଆନ୍ତି

ଆମର ସାହସୀ ମଛୁଆର ।


ଖ୍ୟାତ ପୁରୀ ତଟ ବେଳାଭୂମି

ବିଶ୍ୱେ ଜଣାଶୁଣା ସୁବର୍ଣ୍ଣ ବାଲୁକା

ନିଏ ପର୍ଯ୍ୟଟକ ମନ କିଣି ।


ଲୋକଙ୍କର ସେଠି ଲାଗେ ମେଳା

ଦର୍ଶକମାନଙ୍କ ମନ ମୋହି ବାକୁ

ରହିଥାନ୍ତି ଓଟ ହାତୀ ଘୋଡ଼ା ।


ଲହଡ଼ି ଭାଙ୍ଗନ୍ତି କିଛି ଲୋକ

ଏଡ଼ାଇବା ପାଇଁ ସମ୍ଭାବ୍ୟ ବିପଦ

ଥାଆନ୍ତି ପ୍ରଶିକ୍ଷ ସେବା ଧାରକ ।


ସୀମା ହୀନ ନୀଳ ଜଳ ରାଶି

ସୂର୍ଯ୍ୟଙ୍କ କିରଣେ କରେ ଝଲମଲ

ଖୋସି ହୁଏ ଦୃଶ୍ୟ ଦେଖି ଆଖି ।


ପୁରୀ କୋଣାରକ ଭୁବନେଶ୍ୱର

ଓଡ଼ିଶାର ଅଟେ ସୁବର୍ଣ୍ଣ ତ୍ରିକୋଣ

ଐତିହ୍ୟ ତାହାର ଗୈ।ରବୋଜ୍ଜ୍ୱଳ ।


କୁନା ସବୁ ଦେଖି ହେଲା ଖୁସି

ବାପା ମାଆ ସାଥେ ଆସୁଥିଲେ ଫେରି

ଟମି ଖେଳୁଥିଲା ପଛରେ ବସି ।


  ------


Rate this content
Log in