STORYMIRROR

Ayushman Tripathy

Classics Inspirational Others

3  

Ayushman Tripathy

Classics Inspirational Others

ପ୍ରତ୍ୟାଶା

ପ୍ରତ୍ୟାଶା

1 min
35

ଅନ୍ଧାର ନିଶା ର ଅଜଣା ପଥରେ

ଚାଲୁଛି ଆଜି ମୁଁ ଏକା

ଦରିଦ୍ର ଜୀବନେ ମିଥ୍ୟା ସ୍ୟନନ୍ଦରେ

ଆଗଉଛି ସଦା ଏକା।

ଅବୋଧ ମାର୍ଗରେ ଅଜ୍ଞାନୀ ସାଙ୍ଗରେ

ମିତ୍ରତା ମୋ ସାଥେ କଲେ

ଅତି ନିଜ ବନ୍ଧୁ ସ୍ବସଖା ପାଣିରେ

ବିଶ୍ବାସରେ ବିଷ ଦେଲେ।

ସଂସାର ସିନ୍ଧୁରେ ପୋତପାଳ ସାଜି

ଆରମ୍ଭ କରିଲି ଯାତ

ଅଣ୍ଟି ଛୁରି ତଣ୍ଟି କାଟେ ବନ୍ଧୁ ଆଜି

ସାଗରେ ହେଲି ନିପାତ।

ବୁଦ୍ଧି ଯାତ ହେଲା ଘାତ ପ୍ରାପ୍ତ କରି

ଆପଣାକୁ ପର କଲି

ପରକୁ ଆପଣା ମୁଁ ନିଜର କରି

ସଂସାର ପଥେ ତରିଲି।

ସ୍ବପ୍ନରେ ଆଦେଶ ଦେଲେ ମହାବାହୁ

କର୍ତ୍ତବ୍ୟରେ ନ ପଛାଅ

ଅହଂକାରକୁ ପଛରେ ରଖ ଯହୁଁ

ଆଶାର କିରଣ ଜଗାଅ।

ଆଶାରେ ନିରାଶା ଦେଖାଦେଲେ ନର

ପଛ ଘୁଞ୍ଚା ଦିଅ ନାହିଁ

ପ୍ରତ୍ୟାଶା ଜଗାଅ କୋଠାରେ ମନର

ନବରୁପ ଆଶା ଯହିଁ।

ପ୍ରତ୍ୟାଶା ଆଶାର ନବ ଭବ୍ୟ ଧନ

ପ୍ରତିରୁପରୁ ବିନାଶ

ଘନତ୍ବ ଆଶାରେ ନିରାଶା ସେ ମନ

ପ୍ରତିବିମ୍ବକୁ ପ୍ରକାଶ।

ଆଜିର ଏ ସର୍ବ ବିଜ୍ଞାନ ସମରେ

ଭ୍ରାନ୍ତର ରୂପ ସମ୍ଭାଳ

ମନର ଅନ୍ଧାର କୋଠାର ଘାତରେ

ପ୍ରତ୍ୟାଶା ପ୍ରଦୀପ ଜାଳ!

ପ୍ରତ୍ୟାଶା ପ୍ରଦୀପ ଜାଳ।।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics