Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

4  

Lata Behera

Abstract

ପ୍ରତିକ୍ରିୟା

ପ୍ରତିକ୍ରିୟା

1 min
388


ଯେତେ ଦୁଃଖ ଦେବୁ ଦେରେ କାଳିଆ 

      ପ୍ରତିକ୍ରିୟା ନାହିଁ ମୋର

ଡାକୁଛି ତୋତେ ମୁଁ ଡାକୁ ଥିବି ନିତି

     ଯିବା ଯାଏ ଜୁଇ ଘର ।


ଲହୁ ଲୁହାଣରେ ଭରି ଦେ ଜୀବନ

     ତଥାପି ଛାଡିବି ନାହିଁ 

ପାଉଛି ମୁଁ ଭଲ ପାଉଥିବି ତୋତେ 

     ବଞ୍ଚି ଥିବା ଯାଏ ମୁହିଁ ।


ତୋ ପାଖରେ ଥିବି ତୋତେ ସେବୁ ଥିବୁ

     ତୋ ପାଦେ ମନ ମୋ ଦେଇ

ଯେତେ ଯନ୍ତ୍ରଣା ତୁ ଭରି ଦେ ଜୀବନେ

     ଯିବିନି କେବେ ଦୂରେଇ ।


ଛାଇ ଆଲୁଅର ଏଇ ମୋ ଜୀବନ

     ଅଶାନ୍ତି ନିଆଁରେ ଜଳେ

ଝଡ ତୋଫାନରେ ଦଦରା ନାଆ ମୋ

    ଭାବୁଛି ଭବର ଜଳେ ।


ଫୁଲ ତୁ ନେଇଣ କଣ୍ଟା ବିଛେଇଲୁ

    ଅଛି କିବା ପ୍ରତିକ୍ରିୟା 

ଏତିକି ମାଗୁଣୀ ମୋ କଳା ଠାକୁର

    କରି ଥିବୁ ସଦା ଦୟା ।


ସୁଖ ଶାନ୍ତି ସବୁ ଛଡେଇ ନେ ତୁ 

    କିଛି ପ୍ରତିକ୍ରିୟା ନାହିଁ 

ପାଖୁ ଯଦି ମୋର ଦୂରେଉ କାଳିଆ

   ଛାଡିବିନି କେବେ ମୁହିଁ ।


ତୋ ପାଇଁ ବଞ୍ଚିଛି ତୋ ହସୁଛି 

    ତୋ ପାଇଁ ଗାଉଛି ଗୀତ 

ଏ ମନ ହୃଦୟ ତୋତେ ସମର୍ପିଛି

    ପାଦେ ତୋର ପ୍ରଣିପାତ ।


ଲାଜକୁଳି ଲତା ଛୁଇଁ ଦିଏ ଯିଏ

    ପ୍ରତିକ୍ରିୟା ସାଙ୍ଗେ ସାଙ୍ଗେ 

ସ୍ବାର୍ଥ ଯେଉଁଠାରେ ଲୁଚିଛି କାଳିଆ 

    ବାଟ ସେଇ ଠାରେ ଭାଙ୍ଗେ ।


ଜୀବନକୁ ନେଇ ଖେଳୁଛୁ ଭଲ ତୁ

    ଦେଖୁଛୁ କି ପ୍ରତିକ୍ରିୟା 

ଠକି ଭଣ୍ଡେଇ କି ଯିବୁନି କହୁଛି

    କରିବୁନି କିଛି ମାୟା ।


ମାୟାଧର ତୁହି ଜାଣିଛି ଜଗତ

    ଠିକଣା ନାହିଁ ତୋ କିଛି

ଭାବରେ ବନ୍ଧା ତୁ ହେଇଛୁ କାଳିଆ

    ଅଭାବକୁ ଦୂର ଅଛି ।


ତୁ ପାଖରେ ଥିଲେ କିଛି ଲୋଡା ନାହିଁ 

    ନାହିଁ ପ୍ରତିକ୍ରିୟା କିଛି

ରହିଥିବି ସଦା ତୋ ପାଦେ କାଳିଆ

     ଏ ପଥ ନେଇଛି ବାଛି ।


Rate this content
Log in

Similar oriya poem from Abstract