STORYMIRROR

Dr. Pratap Kumar Swain

Tragedy Others

4  

Dr. Pratap Kumar Swain

Tragedy Others

ପ୍ରତୀକ୍ଷା

ପ୍ରତୀକ୍ଷା

1 min
208


କେବେ ଆସିବ ସେ ଦିନ

ମଶାଣି ରୁ ହେବ ଜୁଇ ନିର୍ବାପନ

କୋଳାହଳେ କମ୍ପୁଥିବ ଗାଁ ଠୁ ସହର

ରାସ୍ତାଘାଟ ପାଇବ ଜୀବନ।

ବନ୍ଧାପଡିଥିବା ଶୈଶବଟା

ଗାଉଥିବ ମୁକ୍ତିର ସଙ୍ଗୀତ

ଶିକ୍ଷକଙ୍କ ଶିକ୍ଷା ଦାନ ସହ

ବିଦ୍ୟାଳୟ ଶୁଭୁଥିବ କୋଳାହଳ ପୂର୍ଣ୍ଣ ।

କୃଷକ କୁ ମିଳିବ ତା ପଖାଳ କଂସା

ନା ଥିବ ତାର ଖରା ବର୍ଷା ଶୀତ କୁ ଖାତର

କ୍ଷେତ ତାର ହସୁଥିବ ସୁନାର ଫସଲେ

ଖୁସିରେ ସେ ଗାଉଥିବ ନାନା ଗୀତ ମାନ।

ପର୍ବପର୍ବାଣୀ ରେ ମଜ୍ଜୁଥିବ ପୁରପଲ୍ଲୀ

ଅସୂୟାଭାବ ମନୁଷ୍ୟ   ଯାଇଥିବ ଭୁଲି

ଆତ୍ମୀୟତା ପ୍ରକାଶିବ କୋମଳ ପରଶେ

ମୁଖରୁ ତା ମୁଖାଟିଏ ଯିବ ଅପସରି।

ଚାଲୁଥିବ କାରଖାନା ଅବିଶ୍ରାନ୍ତ ଭାବେ

ଦେଖୁଥିବ ଶ୍ରମିକ ର ହାଡଭଙ୍ଗା ଶ୍ରମ

ପାଳିପରେ ପାଳି ଶ୍ରମିକ ର ଉପସ୍ଥାନେ

ବଢିଚାଲୁଥିବ ଦିନୁଦିନ ଉତ୍ପାଦନ।

କେବେ ଆସିବ ସେ ଦିନ

ପେଟ ପାଇଁ ନଥିବ ଯେ ଚିନ୍ତା

ସଂପର୍କ ର ସୂତାଖିଅ ସଜାଡିବ ବସି

ଆରାମ ରେ କାଟିବ ସେ ସ୍ବାଧୀନ ଜୀବନ।

ନଥିବ ମନେ କାହାର ସନ୍ଦେହ ର ନିଆଁ

କରୋନା ପାଇଁକି କେହି ହେବେନି ଅଛୁଆଁ

ସମସ୍ତଙ୍କୁ କୋଳେଇବ ନିଜ ଭିଟାମାଟି

ହେଉ ବଡ ହାକିମ ବା ହେଉ ସେ ଦାଦନ।

ବାରମାସେ ତେର ପର୍ବ ପାଳୁଥିବା ଆମେ

ସ୍ନେହ ଶ୍ରଦ୍ଧା ବାଣ୍ଟୁଥିବା ନିତି ଖୁସିମନେ

ରଥ ଯାତରାରେ ସବୁ ଭେଦଭାବ ଭୁଲି

ଜଗା ପାଖରୁ ଆଶିଷ ମାଗି ଜଣେ ଜଣେ।

ଭାଗବତ ଟୁଙ୍ଗି ମଧ୍ଯୁ ଶୁଭିବ ଖଞ୍ଜଣି

ଗାଁ ଦାଣ୍ଡେ ଶୁଣୁଥିବା ବରର ରୋଷଣି

ବର ଦେଖିବାକୁ ଲାଗୁଥିବ ଠେଲାପେଲା

କନ୍ଯା ବିଦାର କ୍ରନ୍ଦନ ଭୋଜିଭାତ ମେଳା।

କେବେ ଆସିବ ସେଦିନ

ଗ୍ରୀଷ୍ମ ଅବକାଶେ ହେବ ସୁଦୂର ଭ୍ରମଣ

ଉପଭୋଗ କରୁଥିବା ନୂଆ ନୂଆ ସ୍ଥାନ

ଦୂର ହେବ ଅବସାଦ ଖୁସି ହେବ ମନ।

କେବେ ହେବ ପ୍ରତୀକ୍ଷାର ଅନ୍ତ

ମଣିଷ ମନରୁ ହେବ ଭୟ ଅବସାନ

ପ୍ରକୃତି ହସିବ ପୁଣି ନୂଆ ସମ୍ଭାଷଣେ

ସତ ହେଇଯିବ ପୁଣି କେତେ ଯେ ସପନ।


Rate this content
Log in

Similar oriya poem from Tragedy