STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Romance

3  

ପ୍ରିୟଦର୍ଶିନୀ ମହାନ୍ତି

Romance

ପ୍ରତୀକ୍ଷା ଆଉ କେତେ ଦିନ

ପ୍ରତୀକ୍ଷା ଆଉ କେତେ ଦିନ

1 min
270

ପ୍ରୀତି ଭରା ମୋ ପ୍ରିୟର ପରସେ

ପଶିଯାଏ ପ୍ରାଣ ମୋର,

ଫଗୁଣକୁ ରାଣ ଦେଇଯାଇଥିଲ

ପ୍ରତୀକ୍ଷା ରହିଲା ଜାଣ।


ପ୍ରତିପୃଷ୍ଠା ମୋର ପୀରତି ଖୋଜୁଛି

ପୁସ୍ତକେ ନାହିଁ ଜୀବନ,

ପରସ୍ତେ ପରସ୍ତେ ପରଖିବ ପ୍ରିୟ

ପାଷାଣେ ଭରିବ ପ୍ରାଣ।


ପୁଷ୍ପସମ ମୋର ନିରାଶ ପିଣ୍ଡଯେ

ତୁମ ପ୍ରେମେ ପ୍ରମୋଦିତ,

ପ୍ରେମର ପିଆଲା ପିଆଇ ପ୍ରିୟଗୋ

ପ୍ରୀତ କରିଦିଅ ଚିତ୍ତ।


ପିଛିଲା ଦିନର ପ୍ରୀତିମୟ କ୍ଷଣ

ମନେ ହେଲେ ପ୍ରବାହିତ,

ତୁମ ପ୍ରତିଛବି ଆଉ ପ୍ରତିଧ୍ୱନି

ହୋଇଯାଏ ପ୍ରକଟିତ।


କେତେ ପ୍ରତ୍ୟାଶାରେ ଚାହିଁଅଛି ମୁଁ ଯେ

ପ୍ରତ୍ୟାବର୍ତ୍ତନକୁ ତୁମ,

ପ୍ରତୀକ୍ଷାର ଅନ୍ତ କେବେ ହେବ ମୋର

ଭାଙ୍ଗିବ ପ୍ରାଚୀର ସମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance