STORYMIRROR

Lopamudra Parida

Action Inspirational

3  

Lopamudra Parida

Action Inspirational

ପ୍ରଥମ ପୁଲକ

ପ୍ରଥମ ପୁଲକ

1 min
185

କଥା ମାନେ ନ ପିନ୍ଧୁନ୍ତୁ ଏବେ ପାଇଁ ଶବ୍ଦର ଗହଣା,


ସବୁଥର ଏତେ ଓଢଣ କାହିଁକି ଯେ .......


କଥା ମାନେ ସଜେଇ ହୁଅନ୍ତୁ ଏଥର ଭାବରେ, ଅନୁଭବରେ ,ଅନୁରାଗରେ


ଆଉ ବି ସାଜନ୍ତୁ ଆଖିର ଅବ୍ଯକ୍ତ ଇଶାରାରେ ।।


ଯାହା ଦିଶେ ପୁଣି ଦିଶେନି,


ହୃଦୟ ଯଦି କାଚକେନ୍ଦୁ ତେବେ ସିନା ପ୍ରତିଫଳିତ ହେବ ଶଶି !


ଏଠି ଶବ୍ଦ ଖଞ୍ଜା କିଆଁ !


ଥାଉ .....


ତୁମେ ସେଇ ଦୂରରୁ କୁହ,


ନଈ ଧାରରେ, ପକ୍ଷୀ ଡେଣାରେ, ଚୁଇଁ ଫୁଲରେ କି ଅଦେଖା ରୂପ ପବନରେ ......


ମୋ ମନ ଶୁଣିପାରିବ ଯେ !


ଖୋଲାଛାତରେ ଖୋଲା ଆକାଶକୁ


ଖାତା

କରି ,ଅଭିମାନକୁ ହାତ କରି

ଆଖିରେ ଲେଖୁଥାଅ ତୁମେ ଅଜସ୍ର କବିତା ମତେ ନେଇ .....


ବଉଦ ତା ପିଠିରେ ବୋହି ଆଣିବନି କି !


ସେଇ ନୀଳ ସ୍ଯାହି ପରା ସବୁଠି ....


ଭାଗକ ଆକାଶରେ


କିଛି ଭାଗ ତ ଦୁହିଁଙ୍କର

ହଉ ପଛେ ଟୋପେ ଟୋପେ ।।


ନ ଦିଶୁ ତୁମ ଛବି ଅବିକଳ ସେମିତି,


ସେଇ ବଂଶୀ ଧରି.....


ନ ଦିଶୁ ନା ତମ ମୟୁର ଚନ୍ଦ୍ରିକା ...


ସବୁବେଳେ କଣ ତମାଳ ତଳେ ଭେଟି ହୁଏ

ନିଝୁମ ବର୍ଷା ବେଳାରେ !


ଶୁଭୁଛି ତ ଅଧରଂ ମଧୁରଂ, ନୟନଂ ମଧୁରଂ


ସେଇଥିରେ ରାଧା ଜୀଁ ଯିବ


ଅନନ୍ତ କାଳ

।।


___



Rate this content
Log in

Similar oriya poem from Action