Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Goutam Mohanty

Romance Tragedy Classics

4  

Goutam Mohanty

Romance Tragedy Classics

ପ୍ରଥମ ପ୍ରେମ 😢😢😢😢😢😢😢

ପ୍ରଥମ ପ୍ରେମ 😢😢😢😢😢😢😢

1 min
251



 ଝିଅ-  କାହିଁକି ଆସିଲ ସାଥି 

       ଏହି ମୋ ଜୀବନେ 

 ଜାଣେନି ,ବୁଝେନି କିଛି

        ଦୁନିଆର ମାନେ.....(୧)


ପୁଅ- ଦେବି ବହୁ ସ୍ନେହ ଶ୍ରଦ୍ଧା

        କରିବିନି ଘୃଣା

ଦେଖାଇବି ଏ ଦୁନିଆ 

       କର ନାହିଁ ମନା......(୧)


ଝିଅ- କେମିତି କହିବି ସାଥି

    ତମକୁ ମୋ କଥା

ଅନ୍ଧାର ଜୀବନ ମୋର

     ଅନେକ ମୋ ବ୍ୟଥା ......(୨)


 ପୁଅ- ସରଗରୁ ଚାନ୍ଦ ଆଣି

   ଦେବି ତୁମ ହାତେ

ସାଗରର ଢେଉ ପରି

    ନାଚିବି ମୁଁ ସାଥେ .......(୨)


ଝିଅ- ତମ କଥା ସାଥି ମୋତେ

     କଲାଯେ ବିଭୋର

ତମେ ସାଥେ ରହିବି ମୁଁ

      ଜନ୍ମ ଜନ୍ମାନ୍ତର ........(୩)


ପୁଅ- ଦେଲ ମୋତେ ବହୁ ବଳ

      କରିଲି ଆପଣା

କିଛି ଦିନ ପରେ ସାଥି

     ପାଇବ ପାଉଣା .......(୩)


ଝିଅ- ପ୍ରେମ ପରି ଶବ୍ଦ ମୁହିଁ 

          ଶିଖିଲି ତମଠୁ 

ଜୀବନଟା ଥିଲା ମୋର 

         ମରୁଭୂମି ପଟ୍ଟୁ  .....(୪)


ପୁଅ- ତମ ପରି ସାଥି ପାଇ

      ବହୁତ ମୁଁ ଖୁସି

ତମରି ଖୁସିରେ ଆଜି

      ଯାଉଛି ମୁଁ ଭାସି.......(୪)


ଝିଅ- ମୋତେ ଦେଲ ବହୁ ଖୁସି

       ବନ୍ଧନରେ ବାନ୍ଧି 

ଦୁଃଖ ଭରା ଜୀବନରେ 

         ରହିଥିଲି ସାଥି.......(୫)


ପୁଅ- ପଛ କଥା ଭାବ ନାହିଁ

     ତମେ ମୋ ଜୀବନ

ତମ ପାଇଁ ଦେଖୁଛି ମୁଁ

        ପୂର୍ଣ୍ଣିମାର ଜହ୍ନ .......(୫)


ଝିଅ- ଦୁଃଖର ସଉଦା ମୁହିଁ

       କରୁଥିଲି ନିତ୍ୟ

ତମ ପାଇଁ ଦେଖିଲି ମୁଁ

       ଏ ସାରା ଜଗତ....(୬)


ପୁଅ- ତମେ ମୋର ଶାନ୍ତି ପ୍ରୀତି

     ତମେ ମୋ ମୁକୁତା

ପୁଷ୍ପ ହୋଇ ମୋତେ ଦେଲ

    କେତେ ଯେ ଶରଧା ......(୬)

     

 ଝିଅ- ତମ ସ୍ନେହ ଶ୍ରଦ୍ଧା ମୋତେ

             କଲା ଆପଣାର 

ତମେ ପ୍ରେମ ପାଇ ସାଥି 

        ଦିଶିଲି ସୁନ୍ଦର.......(୭)


 ପୁଅ- ସୁନ୍ଦର ଦିଶିଲେ ତମେ

      ହସିବ ମୋ ମନ

ତମେ ନୁହଁ ସାଥି ମୋର

    ତମେ ମୋ ଜୀବନ ......(୭)


ଝିଅ- କାହିଁକି ଆସିଲ ସାଥି

     ଆଜିମୁଁ ଜାଣିଲି

ତମ ପାଇଁ ଆଜି ଏହି

      ଦୁନିଆ ଦେଖିଲି.....(୮)


 ପୁଅ- ରହି ଗଲା ଆଉ କିଛି

     ଦେବାକୁ ତମକୁ

ନିଶ୍ଚିତ ମୁଁ ଦେବୀ ସାଥି

       ତମରି କୋଳକୁ.........( ୮)


.


Rate this content
Log in

Similar oriya poem from Romance