ପ୍ରଥମ ପ୍ରେମ
ପ୍ରଥମ ପ୍ରେମ
ପ୍ରଥମ ପ୍ରେମ ର ପହିଲି ପୁଲକ ସେ ସ୍ମୃତି ଅଭୁଲା ଚିରଦିନ
ସାତତାଳ ପଙ୍କ ଭିତରେ ସିନ୍ଦୁକ , ସିନ୍ଦୁକେ ଫରୁଆ ଜାଣ
ମନ ଗହନ ର ଅମୂଲ୍ୟ ସମ୍ପତ୍ତି ,ଚିରଅଲିଭା ସେ ଅନୁଭୂତି
ଜୀବନ ଶେଷରେ ଯୁଇ ର ନିଆଁ ରେ ଲିଭି ଥାଏ ଯା’ର ସ୍ଥିତି
ମରଣଶୀଳ ଏ ପୃଥିବୀରେ କିଏ ଦେହଧାରୀ ଅଛି କହ
ଜୀବନରେଥରେ ପଡିନି ପ୍ରେମରେ ଦେଇନି କା’ରେ ହୃଦୟ
ପାଠବହି କୋଳେ ସାଇତାସେ ନୀଳ ଲଫାପାର ଚିଠି
ନାଲି ଗୋଲାପ ର ଶୁଷ୍କଫୁଲ ବକ୍ଷୁ ସୁଗନ୍ଧ ଆସେ ଉଠି
ଅନୁଭବି ନାହିଁ ପ୍ରଥମ ବେପଥୁ କେ କରିନାହିଁ ପ୍ରିୟ ସଙ୍ଗ
ପଢି ନାହିଁ କାହା ଆଖିର ଭାଷା ଲାଗି ନାହିଁ ପ୍ରେମ ରଙ୍ଗ
ଚାନ୍ଦିନୀରାତିରେ ପ୍ରିୟର କାମନା କରିନି କା’ରେ ମତୁଆଲା
ପହିଲି ଶ୍ରାବଣ ବରଷା କା’ରେ ଦେଇନି କହ ବିରହଜ୍ୱାଳା
ରାତ୍ରିର ପ୍ରଥମ ପ୍ରହରରେ ଯେବେ ବୁଜି ହୋଇଯାଏ ଆଖିପତା
ପ୍ରିୟର ମୁଖ କା’ଆଖିରେ ନାଚିନି, ଦେଇନି ପ୍ରିୟର ମଧୁବାର୍ତ୍ତା
ଶରତ ରେ ମଧୁଜ୍ୟୋତ୍ସା ଭରା ରାତି ପ୍ରଥମ ପ୍ରେମର ନିଆଁ
ଜାଳି ଦେଇ ନାହିଁ କାହାର ଛାତି କୁ ଉଛ୍ଛନ୍ନ କରିନି କାୟା
ହେମନ୍ତ ଋତୁରେ ଶିଶିର ବିନ୍ଦୁରେ ଦେଖି ନାହିଁ ପ୍ରିୟଜନ ମୁହଁ
ପ୍ରିୟ ମଣିଷର ପହିଲିପରଶ ଭୁଲି କି ହୁଏ ସେ ଅଦ୍ୱିତୀୟ
ବସନ୍ତଋତୁରେ କୁହୁଟିଏ କହ କା’ରେ କରିନାହିଁ ଆନମନା
ପ୍ରିୟଜନ ସଙ୍ଗଲାଭ ପାଇଁ କାହା ମନରେ ଜାଗିନି କଳପନା
ପ୍ରଥମ ପ୍ରେମର ଉଷ୍ଣତା ତ ବନ୍ଧୁ ରହିଥାଏ ଚିର ଅମଳିନ
ଧନ୍ୟ ସେ ପ୍ରେମ ଜୀବନରେ ଯେବେ ମିଳିଥାଏ ନିଜ ପ୍ରିୟତମ

