ପ୍ରଥମ ପ୍ରେମ ର ସ୍ମୃତି
ପ୍ରଥମ ପ୍ରେମ ର ସ୍ମୃତି
ପ୍ରଥମ ପ୍ରେମ ର ସ୍ମୃତି ଅନୁଭୁତି
ମନେ ପଡେ ମୋର ନିତି
ଆହା କି ଆନନ୍ଦ ଉଲ୍ଲାସ ମଧ୍ୟରେ
ଯାହା ମଉଳି ଯାଇଛି ।
ସେଦିନ ର ସେହି ଶାନ୍ତ ସ୍ନିଗ୍ଧ ପରିବେଶ
ଆଭାସେ ସୁଦିବ୍ୟ ଆଭା
ଅସ୍ତ।ୟମାନ ସେ ପ୍ରକୃତି ବିଭାଶେ
ସୁରୁଚିର ମନଲୋଭା ।
କି ଅଜଣା ଭାବ ଲାଗେ ଅଭିନବ
ଉନ୍ମାଦନା ମାଦକତା
ପରଶେ ନିମିଷେ ପ୍ରେମର ପ୍ଲାବନେ
ଚିନ୍ତୁ ଥିଲି ତୁମ କଥା ।
ପ୍ରେମିକା ଗୋ ନିତି ଦିନ ଗଲା ବିତି
ଭାବି ଭାବି ନିତି ନିତି
କେଉଁ ଆକର୍ଷଣ କରି ବିଛୁରଣ
ଆକର୍ଷି ନେଇ ମୋ ମତି ।