STORYMIRROR

Monalisa Maharana

Romance

3  

Monalisa Maharana

Romance

ପ୍ରଥମ ଆସକ୍ତି

ପ୍ରଥମ ଆସକ୍ତି

1 min
247

ତୁମକୁ ଦେଖିନଥିଲି କି ଜାଣି ମଧ୍ୟ ନଥିଲି

କିନ୍ତୁ ତୁମର ଦୁର୍ଲଭ ସ୍ଵରରେ ମୁଁ ମ୍ରିୟମାଣ ଥିଲି।  

ତୁମର କଥା ଚତୁରୀରେ ମୁଁ ନିଜକୁ ହଜେଇ ଦେଲି

ପ୍ରତ୍ୟେକ ଛନ୍ଦର ମୁଁ ଆରୋହ ଅବୋରହ ହେଲି। 

ନିଜ ମନ ଉପରେ ଆଶାକରି ତୁମକୁ ଆଦରି ନେଲି

ଜାଣି ନଥିଲି ତୁମକୁ ଦେଖିଲା ପରେ କଣ କରିବି? 

ତୁମର ସେ ଆଖି ମୋତେ ବେସାହାରା କରିଥିଲା

କେବଳ ତୁମ ପାଖକୁ ଆନ୍ଦୋଳିତ ହୋଇ ଯିବା ପାଇଁ। 

ତୁମେ ଆସିଥିଲ ସେଦିନ ବାଦଲ ଗରଜୁ ଥିଲା 

ସବୁ ସାଉଁଟି ଦେଇ ଗଲ ଯେତେ ସ୍ମୃତି ସବୁ ମୋର। 

କାହିଁକି ଯେ ଆସିଲ ମୋତେ ସ୍ତମ୍ଭିଭୂତ କରିଦେଲ

ସ୍ଥିର ଜଳକୁ ଆନ୍ଦୋଳିତ କରି ଚାଲିଗଲ। 

ସବୁଦିନ ପାଇଁ ଆଖି ଖାଲି ତୁମକୁ ଖୋଜିଲା 

ଆଉ ଥରେ ତୁମର ସେ ରୂପକୁ ଦେଖିବା ପାଇଁ। 

ହେଲେ ମୋର ସେ ସୌଭାଗ୍ୟ ଆଉ ନଥିଲା

ଜାଣିନି କଣ ପାଇଁ, ବୋଧେ ରଙ୍ଗ ପସନ୍ଦ ନ ଥିଲା। 

କଣ ଆଉ କରିବି ଯାହା ମୋ ଭାଗ୍ୟରେ ଥିଲା 

ମୁଁ କିନ୍ତୁ ତୁମର ଦୁର୍ଲଭ ରୂପ ପାଇଁ ପାଗଳ ନଥିଲି

ଥିଲି ତ କେବଳ ତୁମର ମିଠା ମିଠା ଉତେଜନାରେ। 

କଣ ଆଉ କରିବି ବୋଧେ ମୋ ଭାଗ୍ୟରେ ନଥିଲା। 

ପ୍ରଥମ ପ୍ରେମର ପୀରତି ଆଉ ଆସକ୍ତିର ଭାବ

ପୁରା ରଙ୍ଗହୀନ ହୋଇଗଲା। 

ସେବେ ଠାରୁ ଆଉ ମୁଁ ତୁମକୁ ଦେଖିନି 

ଦେଖିଛି କେବଳ ମୋର ଦୁର୍ବଳତା

ଆଜି ଯାଏଁ ମଧ୍ୟ ଖୋଜି ପାଇ ନାହିଁ

ଏବେ ଜାଣିଲି ପ୍ରଥମ ଆସକ୍ତି ମୋର ଫିକା ପଡ଼ିଗଲା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance