STORYMIRROR

Bijay Prusty

Romance

4  

Bijay Prusty

Romance

ପ୍ରତାରଣା

ପ୍ରତାରଣା

1 min
460


ସବୁ ଯନ୍ତ୍ରଣାର ପ୍ରତିଶବ୍ଦ ମୁଁ ଯେ

ଲୁହ ଭିଜା ଏକ ଗୀତ

ଫଗୁଣର ଏକ ଫଗୁହୀନ ରୂପ

ଫିକା ବସନ୍ତର ରାସ I

କୋଇଲି କଣ୍ଠର ମଧୁର ମୂର୍ଚ୍ଛନା

ତୁମେ ମଳୟ ପବନ

ନିଦାଘ ଝାଞ୍ଜିରେ ସିଝି ଯାଇଥିବା

ମୁଁ ଏକ ଅଝଟ ମନ I

ଛଳନା ବିହୀନ ହୃଦୟ ଟିଏ ମୁଁ

ଛନ୍ଦ ମନ୍ଦ ଜାଣେ ନାହିଁ

କପଟ ପଶାର ଗୋଟିଟିଏ ତୁମେ

ପ୍ରତାରଣା ଭରା ନଈ I

ସମସ୍ତ ମିଥ୍ୟାର ଘନିଭୁତ ରୂପ

ଅନ୍ୟର କଷ୍ଟରେ ହସ

ତୁମେ ପ୍ରଣୟର କଣ୍ଟକିତ ପଥ

ଲୁହଭରା ଇତିହାସ I

ଏତେବଡ ଏଇ ଦୁନିଆଁ ଦାଣ୍ଡେ ମୁଁ

ଅନ୍ତହୀନ ଏକ ବ୍ୟଥା

ତୁମେ ଛଳନାର ପ୍ରତିରୂପ ଟିଏ

ପ୍ରତାରଣା ଭରାକଥା I

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance