ପ୍ରତାରଣା
ପ୍ରତାରଣା
ସବୁ ଯନ୍ତ୍ରଣାର ପ୍ରତିଶବ୍ଦ ମୁଁ ଯେ
ଲୁହ ଭିଜା ଏକ ଗୀତ
ଫଗୁଣର ଏକ ଫଗୁହୀନ ରୂପ
ଫିକା ବସନ୍ତର ରାସ I
କୋଇଲି କଣ୍ଠର ମଧୁର ମୂର୍ଚ୍ଛନା
ତୁମେ ମଳୟ ପବନ
ନିଦାଘ ଝାଞ୍ଜିରେ ସିଝି ଯାଇଥିବା
ମୁଁ ଏକ ଅଝଟ ମନ I
ଛଳନା ବିହୀନ ହୃଦୟ ଟିଏ ମୁଁ
ଛନ୍ଦ ମନ୍ଦ ଜାଣେ ନାହିଁ
କପଟ ପଶାର ଗୋଟିଟିଏ ତୁମେ
ପ୍ରତାରଣା ଭରା ନଈ I
ସମସ୍ତ ମିଥ୍ୟାର ଘନିଭୁତ ରୂପ
ଅନ୍ୟର କଷ୍ଟରେ ହସ
ତୁମେ ପ୍ରଣୟର କଣ୍ଟକିତ ପଥ
ଲୁହଭରା ଇତିହାସ I
ଏତେବଡ ଏଇ ଦୁନିଆଁ ଦାଣ୍ଡେ ମୁଁ
ଅନ୍ତହୀନ ଏକ ବ୍ୟଥା
ତୁମେ ଛଳନାର ପ୍ରତିରୂପ ଟିଏ
ପ୍ରତାରଣା ଭରାକଥା I