ପ୍ରତାରଣା ସର୍ବସ୍ୱ ଜୀବନ, ବଢଇ ଦହନ
ପ୍ରତାରଣା ସର୍ବସ୍ୱ ଜୀବନ, ବଢଇ ଦହନ
ପ୍ରକୃତିରେ ସର୍ବ ସୃଷ୍ଟି ଚାଲେ ସମୟ
ର କରାଳ ବିଧି ବିଧାନରେ
ହେଉଛନ୍ତି ପ୍ରାଣୀ ଜଗତ ଆତ ଯାତ
ଆଲୋକ ଅନ୍ଧାର ଭିତରେ ।
ଜୀବନ ଗତି କରିବା ବଡ଼ ବିଚିତ୍ରତା
ମଧ୍ୟେ ସଂସାର ନାଵରେ
କାହା ବିନା ଜୀବନରେ ଶେଷ ଗତି
ପଥ ବଦଳି ନ ପାରେ ।
ତଥାପି କୁହେ ଆମେ ତୁମ ବିନା ମୁଁ
ପାରିବିନି ଵଞ୍ଚି ଦୁନିଆରେ
ଆଶା ଭରସାରେ କରୁ ଗତି କେହି
ହେବେ ସାହା ଚଲା ପଥରେ ।
ସାଥୀ ବିନା ହୃଦୟ ବେଦୀରେ ବିଧୁ
ର ବେଦନା ଯାଏ ଭରି
ଆଖିରେ ଆଣୁଛେ ଲୋତକର ଧାରା
ଅତୀତକୁ ଝୁରି ଝୁରି ।
ସେନେହର ବୃକ୍ଷ ମଣିଷ ମନରେ
ଭରେ ମିଠାମିଠା ଫଳ,
ଛୋଟରୁ ବଡ ହୁଏ ପ୍ରାଣୀ ପାଇ
ପୃଥିବୀ ମାତାର କୋଳ ।
ପ୍ରେମ ବିନା ଲାଗେ ଏ ସଂସାର ଫିକା
ଫିକା ଫଗୁଣର ମାସ
କୋଇଲିର ଛନ୍ଦ ହୁଏ ବିଚ୍ଛନ୍ଦ ନଫେରି
ପାରିଲେ ମଧୁ ମାସ ।
ଚାଲେ ଜୀବନ ନଥିଲେ ଆଲୋକ ଓ
ଯଦି ଛାଏ ପୁରା ଅନ୍ଧାର,
ନଥିଲେ ଚନ୍ଦ୍ରର ଜ୍ୟୋତ୍ସ୍ନା, ନଥିଲେ
ମଧ୍ୟ ତୀକ୍ଷଣତା ସୂର୍ଯ୍ୟର ।
ଲୋଭ ଓ ସ୍ୱାର୍ଥର ପ୍ରଭାବେ ଅଭାବ
ଘଟେ ମଣିଷତ୍ୱ ମନୁଷ୍ୟର
ଆନ୍ତରିକତାର ଅଭାବରେ, ମାୟା
ଛିଡି ଯାଏ ଡୋରୀ ସମ୍ପର୍କର ।
ସମୟର କରାଳ ଗର୍ଭରେ ଫାଟ ଆସେ
ପ୍ରତ୍ୟେକ ରକ୍ତ ସମ୍ପର୍କରେ
ସେଥିରେ ଚୁନା ହୋଇପାରେ ମୋହ
ମାୟା ପରିବାର ସଂସାରରେ ।
ନଥାଉ ଝାଞ୍ଜି ପବନ, ନଥାଉ ତାରାର
ରଶ୍ମି, ଥାଏ ମନ ବହୁ ସପନ
ଥାଏ ଏଠି ଆଶା ଆଉ ନିରାଶା ଭିତରେ
କେଞ୍ଚାଏ ବିଶ୍ୱାସର ଜୀବନ ।
ବିଦାୟ ନେବା ବେଳ ହୋଇଗଲେ ,
ବାନ୍ଧିବା ଡୋରୀ ଏଇ ଜୀବନର
ବିତି ଥିବା କଥା ମନେ ପଡି ମଧ୍ୟ
ବ୍ୟସ୍ତ ଲାଗେ ମନର ଭିତର ।
ପ୍ରତାରଣା ସର୍ବସ୍ୱ ଜୀବନେ ବଢଇ ଖାଲି
ଦହନ, ତାକୁ ମନରୁ ଦେବା ପୋତି
ତ୍ୟାଗ ବଳେ ମିଳି ପାରିବ ସମସ୍ତ ସୁଧା
ଅନୁରାଗ, ପ୍ରେମ, ପ୍ରୀତି ଓ ଶାନ୍ତି ।
ପତିତପାବନ ବାନା ଉଡୁଛି, ପତିତ
ମାନଙ୍କୁ କରିବାକୁ ଉଦ୍ଧାରଣ
ହେ ଜଗା ମୋର, ପ୍ରତାରଣା ସର୍ବସ୍ୱ
ହୁଅ ଉଦ୍ଧାର ନକର ପତିତ ଜୀବନ ।
ସତ୍ୟ ମିଥ୍ୟା ରକ୍ଷା ପାଇଁ ପ୍ରମାଣେ ଗରୁଡ଼
ହସ୍ତେ ଧରାଇଛ ନିକିତି
ସତ୍ୟ,ଶିବ, ସୁନ୍ଦର ସମାଜ ପ୍ରତିଷ୍ଠା କରୁନା
ତମର ନାହିଁ କି ଶକତି ।
ପତିତପାବନ ଉଡ଼େ ଫର ଫର ହୋଇ
ଗବାକ୍ଷ ଦ୍ଵାରରେ ରହି
ଜାତି ଧରମ ଆଂଚଳିକ ଭେଦ ଭାବ
ଯାଉନି ବାନା ଦର୍ଶନ ପାଇ ।
ଦର୍ଶନ ମାତ୍ରେକେ ଦୋଷ ଯାଏ ଧୋଇ
କଳୁଷ ନଥାଏ ତହିଁ
ଶାସନକୁ ଧରି ଶାସକ ସରବ ଅତ୍ୟାଚାର
କରେ ତବେ ସେପାଇଁ ।