STORYMIRROR

Hasyamayee Raj

Abstract

3  

Hasyamayee Raj

Abstract

ପ୍ରତାରଣା ପାଉଁଶ ତଳର ନିଆଁ

ପ୍ରତାରଣା ପାଉଁଶ ତଳର ନିଆଁ

1 min
11.7K

ପ୍ରତାରଣାର କୁଢ କୁଢ ଫର୍ଦ୍ଦକୁ

ଆଜି ବି ପଢୁଛି ମୁଁ ନିରୋଳାରେ

ଆଉ ଠିକ୍ ସେତେବେଳେ

ମନେପଡ ତମେ

ସମୟର ଚୋରାବାଲିରେ

ନିଶ୍ଚିହ୍ନ ହୋଇନାହିଁ ସେ

ହେଇପାରିବନି କେବେ

ଏ ଶରୀରଟା ସ୍ପନ୍ଦନ

ତୋଳୁଥିବା ଯାଏ ।।


ବହୁରୂପି ଏଣ୍ଡୁଅ ସାଜି

ଛଳନାର ମୁଖା ପିନ୍ଧି

ତମେ ଦିନେ ଆସିଥିଲ

ମୋର ପରସ୍ତ ପରସ୍ତ ବିଶ୍ବାସର

ଶତଦଳକୁ ଦଳି ମକଚି

ମୋତେ ଏମିତି

ଘୃଣାର ସହରରେ

ତିଳ ତିଳ ଦଗ୍ଧୀଭୂତ କରି

ପାଉଁଶ ତଳର ନିଆଁ ହୋଇ

ଜାଳିବାକୁ

ମୋର ଚିତା ନିଆଁ ଜଳିବା ଯାଏ ।। 


ମନେରଖ

ଏ ବି ଧ୍ରୁବ ସତ୍ୟ

ପ୍ରତିଟି କ୍ରିୟାର

ବିପରୀତ ପ୍ରତିକ୍ରିୟା ଥାଏ

ସେଇ ନିଆଁରେ

ତୁମ ପ୍ରତିଟି କୋଷ

ହାଡ ଆଉ ମାଂସ

ଭସ୍ମ ହେଉଥିବ

ତମେ ଛଟ୍ ପଟ୍ ହେଉଥିବ

ସେତେବେଳେ କେହି ନଥିବେ

ମୋର ସତ୍ତା ତମକୁ

ଆବୋରି ବସିଥିବ

ହେଲେ ମୁଁ

ହେଇ ଯାଇଥିବି

ତମ ଭାବନା ଭିତରେ ସ୍ବପ୍ନଟିଏ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract