STORYMIRROR

Goutam Mohanty

Romance Tragedy Fantasy

4  

Goutam Mohanty

Romance Tragedy Fantasy

ପ୍ରତାରକ ପ୍ରେମିକ

ପ୍ରତାରକ ପ୍ରେମିକ

1 min
250


ସାଙ୍ଗ ବାହାଘର ଯାଇଥିଲି ବୁଲି

    ନିମନ୍ତ୍ରଣ ରକ୍ଷା କରି

ଅଜାଣତେ ସେଠି ମନ ଦେଇଦେଲି

    ଜଣକୁ ନିଜର କରି ।

ରୂପରେ ଯେମିତି ଗୁଣରେ ସେମିତି

   ଥିଲା ସେ ରାଜକୁମାର

ପାଖେ ମୋର ବସି ମିଠା କଥା କହି

   ଫୁଲ ଦେଲା ଉପହାର ।

ଆଖି ପିଛୁଳାକେ ଖୁସି ସବୁ ମୋର

   ପାପୁଲିରେ ଭରି ଗଲା

କିଛିଦିନ ପରେ ସତ କଥା ଜାଣି

   ଦୁଃଖ ମୋ ନିଜର ହେଲା ।

ଯାହାକୁ ପ୍ରେମିକ ବୋଲି ଭାବିଥିଲି

  ସିଏ ଯେ ଆଉ କା ସ୍ୱାମୀ

ମିଛ କଥା କହି ପ୍ରେମେ ଫସେଇଲା

   ପାରିଲିନି ତାକୁ ଚିହ୍ନି ।

ପତ୍ନୀ ପିଲା ଛୁଆ ଅଛନ୍ତି ତାହାର

   ଆଗରୁ ସେ ବିବାହିତ

ମୋ ସାଥେ ଖେଳିଲା ପ୍ରେମର ଖେଳଟେ

   ହୃଦୟରେ ଭରି କଷ୍ଟ ।

ପ୍ରେମିକ ସ୍ତ୍ରୀ ଦିନେ ଫୋନ କରି କାନ୍ଦି

    ସତ ସବୁ କହିଗଲା

ସ୍ୱାମୀକୁ ତାହାର ଭୁଲିଯିବା ପାଇଁ

   ମୋତେ ଅନୁରୋଧ କଲା ।

କଥା ଦେଲି ଚିନ୍ତା କରନା ଭଉଣୀ

   ମୁଁ ଏତେ ନିଷ୍ଠୁର ନୁହଁ

ନାରୀଟିଏ ହୋଇ ତୁମର ଦୁଃଖକୁ

  କେମିତି ସହିବି କୁହ ।

ଭୁଲିଯିବି ତୁମ ସ୍ୱାମୀଙ୍କୁ ଏବେ ଠୁ

   ଅତୀତର ଭୁଲ୍ ଭାବି

ପଛେ ରାତିଦିନ କାନ୍ଦି କାନ୍ଦି ମୁହିଁ

   ହୃଦୟକୁ ଶାସ୍ତି ଦେବି ।

ଦୋଛକି ମୋଡରେ ଛିଡା କରିଦେଲା

   ପ୍ରେମିକ ମୋ ସ୍ୱାର୍ଥ ପାଇଁ 

ଏମିତି ପୁରଷ ଅଛନ୍ତି ସମାଜେ

   ସତ ହେ କହୁଛି ମୁହିଁ ।।


Rate this content
Log in

Similar oriya poem from Romance