STORYMIRROR

Binodini Dash

Inspirational

4  

Binodini Dash

Inspirational

ପ୍ରଶଂସା ଦେବାକୁ କୃପଣ କିଆଁ

ପ୍ରଶଂସା ଦେବାକୁ କୃପଣ କିଆଁ

1 min
273


ମଣିଷ ଜନମ କର୍ତ୍ତବ୍ୟ କରମ

କେହି କ'ଣ କେବେ ଭୁଲେ ଜୀବନେ

କର୍ମ ହେଉ ସତ୍ ଅଥବା ଅସତ୍

ମନ ପ୍ରଭାବରେ ଲାଗେ ସାଧନେ ।


ପ୍ରୋତ୍ସାହନ ଯେବେ ଭଲ କାମ ତେବେ

ଆଗକୁ ଆଗକୁ ବଢ଼ି ଚାଲଇ

ନିରୁତ୍ସାହ ବାଣୀ ଶୁଣିଲେ ତଥାପି 

ଯେ ଭଲ ପଛକୁ ଫେରି ନଥାଇ ।


ପ୍ରଶଂସା ପଦିଏ ବୋଲିଦିଏ ଯିଏ

ତାହାଠୁ ବି ଭଲ ନୁହଁଇ କେହି

ହେଉ ହୃଦୟରୁ ଅବା ତା' ତୁଣ୍ଡରୁ

ଆନର ମନଟା କିଣଇ ସେହି ।


ଭୁଲ ବାଟେ କେହି ଯେବେ ଯାଉଥାଇ

ଛଳ ପ୍ରଶଂସାରେ ତାକୁ ସୁଧାରି

ଉଚିତ୍ ପଥରେ ଯିଏ ଠିଆ କରେ

ହୁଏନି କି ମନ ଖୁସିରେ ଭାରି ?


ପଦଟେ ପ୍ରଶଂସା ପଦ୍ମଟେ ଫୁଟାଇ

ପାରିଥାଏ ଯେବେ କାହା ମୁଖରେ

ଏହାଠାରୁ ବଳି ଆଉ କି ହରଷ

କାହାକୁ କଅଣ କେ ଦେଇପାରେ !


ପ୍ରଶଂସାର ବାଣୀ ଶୁଣିଦେଲା କ୍ଷଣି

ସତେ କି ମିଳଇ ମହଣେ ସୁନା

ତେବେ ଏ ଧନକୁ କାହାକୁ ଦେବାକୁ

ମନକୁ କାହିଁକି କରିବା ଊଣା ?


ପ୍ରଶଂସା ପଦରେ କେ ଆଗେଇ ପାରେ

କେ ବି ବଦଳାଇ ପାରଇ ହିଆ

ତେବେ ଆମେସବୁ ଅନ୍ତର ଗହ୍ବରୁ

ପ୍ରଶଂସା ଦେବାକୁ କୃପଣ କିଆଁ ?



Rate this content
Log in

Similar oriya poem from Inspirational