STORYMIRROR

Hasyamayee Raj

Abstract

3  

Hasyamayee Raj

Abstract

ପ୍ରଶ୍ନ *ପ୍ରଶ୍ନ ହୃଦୟର

ପ୍ରଶ୍ନ *ପ୍ରଶ୍ନ ହୃଦୟର

1 min
195

ଅନେକ

ବୁଝେଇବା ପରେ ବି

ମନ କାହିଁକି ବୁଝେନି

ଆଗକୁ ପଡିଥିବା ପଥ

ଖୁବ୍ ଅସ୍ପଷ୍ଟ ଲାଗେ

ଆଲୋକ ବା ଦେଖେଇବ କିଏ

ସମସ୍ତେ ଯେ ବନ୍ଦୀ

ଆପଣା ଭିତରେ

କିଏ ଭରିଦେବ ଆଶା

ଏତେ ଟିକେ ଆଶ୍ବାସନା

ଖୁବ୍ ଶୁନ୍ ଶାନ୍ ଚାରିକଡ

ଭାବିବି ହେଉନି

କେହି କ'ଣ ଅଛି ?

ନୀରବି ଯାଇଛି ସବୁ ପ୍ରଗଳ୍ଭତା

ରୁଦ୍ଧ ହେଇଛି

ଆକାଶକୁ ଉଠିବାର ଇଚ୍ଛା

ସେଇ ଯେ ମୁକ୍ତ ବିହଙ୍ଗମ ପରି

ସମୟର ନିର୍ମମ ପ୍ରହାରରେ

ଭାଙ୍ଗିଯାଇଛି ସେ ଡେଣା

ଆଉ ହୁଏତ ସେ ପାରିବନି ଉଡି

ଉତ୍ଫୁଲ୍ଲ ଡେଣା କୁ ଝାଡି

ଆଜି ସେ ଲୁହ ଗଡୋଉଛି

ନିଜେ ନିଜକୁ ପ୍ରଶ୍ନ ପଚାରୁଛି

ଭୂଲ୍ କାହାର

ଏମିତି ହୁଏ କାହିଁକି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract