ପ୍ରଶ୍ନ *ପ୍ରଶ୍ନ ହୃଦୟର
ପ୍ରଶ୍ନ *ପ୍ରଶ୍ନ ହୃଦୟର
ଅନେକ
ବୁଝେଇବା ପରେ ବି
ମନ କାହିଁକି ବୁଝେନି
ଆଗକୁ ପଡିଥିବା ପଥ
ଖୁବ୍ ଅସ୍ପଷ୍ଟ ଲାଗେ
ଆଲୋକ ବା ଦେଖେଇବ କିଏ
ସମସ୍ତେ ଯେ ବନ୍ଦୀ
ଆପଣା ଭିତରେ
କିଏ ଭରିଦେବ ଆଶା
ଏତେ ଟିକେ ଆଶ୍ବାସନା
ଖୁବ୍ ଶୁନ୍ ଶାନ୍ ଚାରିକଡ
ଭାବିବି ହେଉନି
କେହି କ'ଣ ଅଛି ?
ନୀରବି ଯାଇଛି ସବୁ ପ୍ରଗଳ୍ଭତା
ରୁଦ୍ଧ ହେଇଛି
ଆକାଶକୁ ଉଠିବାର ଇଚ୍ଛା
ସେଇ ଯେ ମୁକ୍ତ ବିହଙ୍ଗମ ପରି
ସମୟର ନିର୍ମମ ପ୍ରହାରରେ
ଭାଙ୍ଗିଯାଇଛି ସେ ଡେଣା
ଆଉ ହୁଏତ ସେ ପାରିବନି ଉଡି
ଉତ୍ଫୁଲ୍ଲ ଡେଣା କୁ ଝାଡି
ଆଜି ସେ ଲୁହ ଗଡୋଉଛି
ନିଜେ ନିଜକୁ ପ୍ରଶ୍ନ ପଚାରୁଛି
ଭୂଲ୍ କାହାର
ଏମିତି ହୁଏ କାହିଁକି