STORYMIRROR

Bharatabandhu Biswal

Tragedy Inspirational

4  

Bharatabandhu Biswal

Tragedy Inspirational

ପ୍ରଶ୍ନ ପାଇଁ ଉତ୍ତରଟିଏ

ପ୍ରଶ୍ନ ପାଇଁ ଉତ୍ତରଟିଏ

1 min
323


ଅଥଳ ପ୍ରଶନ ସାଗରେ ଜୀବନ

ଶୁଷ୍କ କୁଟାଖିଏ ସୁଅର ମୁ6ହଁ

ଅସହାୟ ଅତି ଖୋଜୁଛି ମଣିଷ

ତାର ପ୍ରଶ୍ନ ପାଇଁ ଉତ୍ତରଟିଏ ।


କାମନା ବିନାଶେ ଦୁଃଖର ବିନାଶ

ଗୃହଛାଡି କିଏ ସନ୍ନ୍ୟାସୀ ହୁଏ

କିଏ ସୁଖ ଖୋଜେ କାମନା ବିଳାସେ

ଭୋଗ ଐଶ୍ୱର୍ଯ୍ୟରେ ବୁଡିକି ରହେ ।


ମରିଗଲେ ସବୁ ମୁଠାଏ ପାଉଁଶ

ମାଟିର ମଣିଷ ମାଟିରେ ମିଶେ

ବଡ଼ ପ୍ରଶ୍ନବାଚୀ କାହିଁକି ମଣିଷ

ଧନ ଟଙ୍କା ସୁନା ଖୋଜେ ଆବେଶେ ।


ପଢେ ଶୁଣେ ବୁଝେ ପ୍ରାଞ୍ଜଳ ଭାବରେ

କାମ କରେ କିନ୍ତୁ ପୂରା ଓଲଟା

ଭୁଲିଯାଏ ସବୁ ନୀତି ଆଦରଶ

ଚାଖେ ଆଖି ବୁଜି କ୍ଷମତା ମିଠା ।


ହୋଇଯାଏ ହି°ସ୍ର ମଣିଷ ପାଗଳ

ସ୍ୱାର୍ଥ ପାଇଁ ରଚେ ଧ୍ୱଂସ ତାଣ୍ଡବ

ବଢେ ହି°ସା 6ଦ୍ୱଷ ହତ୍ୟା ବଳାତ୍କାର

ପାଲଟେ ମାନବ କ୍ରୁର ଦାନବ ।


ଜୀବନ ଆଗରେ ପ୍ରଶ୍ନ ଅସରନ୍ତି

ନିରାଧାର ଶୂନ୍ୟ ଉତ୍ତରେ ଦ୍ୱନ୍ଦ୍ୱ

ନୀରବ ଈଶ୍ୱର ତତ୍ତ୍ୱ ସନ୍ଦିହାନ

ଅନ୍ତସାରହୀନ ଜୀବନ ଛନ୍ଦ ।


ଉତ୍କର୍ଷୁ ସୁଗୁଣ ଜ୍ଞାନ ଓ ବିଜ୍ଞାନ

ଉଦବର୍ତ୍ତୁ ସୈ।ଜନ୍ୟ ନୀତି ଓ ନିଷ୍ଠା

ଗୁରୁ ମାତା ପିତା ଲଭନ୍ତୁ ସମ୍ମାନ

ଯୋଗ୍ୟ ସତ୍ୟବାନ ପାନ୍ତୁ ପ୍ରତିଷ୍ଠା ।



Rate this content
Log in

Similar oriya poem from Tragedy