STORYMIRROR

Dhaneswar Dash

Inspirational

4  

Dhaneswar Dash

Inspirational

ପରୋପକାରାୟ ସ୍ବର୍ଗୀୟ

ପରୋପକାରାୟ ସ୍ବର୍ଗୀୟ

1 min
558

ନିଜ ଗୁଣ ଯଦି ବାହାରେ ପ୍ରକାଶେ

ହାସ୍ୟାସ୍ପଦ ହୋଇଥାଇ,

ନିଜ ଗୁଣ ଅନ୍ଯ ମୁଖେ ଶୋଭାହେଲେ 

ଆତ୍ମଭାବ ବଢିଥାଇ।


ନିଜେ ଯୋଦ୍ଧା ବୋଲି କହି ବୁଲୁଥିଲେ

ଯୁଦ୍ଧ କେହି କରେନାହିଁ,

ରଣାଙ୍ଗନେ ଯୋଦ୍ଧା ଯୁଦ୍ଧ ଜିତିଥିଲେ

ନିଜେ ପ୍ରମାଣିତ ହୋଇ ।


ପର ଉପକାରୀ ନିଜକୁ କହିଲେ 

ଉପକାରୀ ହୁଏନାହିଁ,

ଅନ୍ଯ ଦୁଃଖ କଷ୍ଟ ବୁଝି ଠିଆହେଲେ

ପରୋପକାରୀ ବୋଲାଇ ।


ଗରିବର ବନ୍ଧୁ ପ୍ରଚାର କରିଲେ

ଦୀନବନ୍ଧୁ କିଏ ହେବ

ଦୁଃଖି ରଙ୍କିଙ୍କ ଖବର ବୁଝୁଥିଲେ

ଅକ୍ଳେଶେ ପାଇବ ଭାବ ।


ଅନ୍ଯପାଇଁ ଯା'ର ଆତ୍ମା କାନ୍ଦୁଥାଏ 

ପର ଉପକାରୀ ସିଏ,

ନିଜ ଜୀବନକୁ ସମର୍ପିତ କରି

ଜୀବନ ଜୀଉଛି ଯିଏ ।


Rate this content
Log in

Similar oriya poem from Inspirational