Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Classics Others

4  

Chittaranjan Nanda

Abstract Classics Others

ପରୋପକାର ସ୍ୱର୍ଗାୟ ଭାବନା

ପରୋପକାର ସ୍ୱର୍ଗାୟ ଭାବନା

1 min
276



ଦୃଢ ଓ ସୂକ୍ଷ୍ମ ଭାବେ, ଅବଲୋକନ

କରିଲେ କୁସୁମକୁ

ପାଇବା ଆମେ ତାର ସୁନ୍ଦର ରୂପ,

ଗୁଣ ଓ ସୁଗନ୍ଧ କୁ |୧|

ତିତିଲି ଗୋଟିଏ, ଅତି ଆନନ୍ଦରେ

ଉଡି ଉଡି ଆସେ

ଫୁଲରେ ଭରି ଥିବା ମଧୁ ପିଇ, ନିଏ

ବିଦାୟ ହରଷେ |୨|

କିଛି ସମୟ ପରେ ପ୍ରେମମୟ ସୁଧା

ମୟ ଭ୍ରମର ଆସଇ

କୁସୁମ ସହ ମିଶି ଉଡିଯାଏ ତାର

ଶାଶ୍ୱତ ଗୀତକୁ ଶୁଣେଇ |୩|

ଗୀତ ଗାଇ ଗାଇ ମଧୁମକ୍ଷୀ, ମଧୁ

ଶୋଷିବାକୁ ଆସେ

ପ୍ରୀତି ପସରା ସହ ଫୁଲ ଆନନ୍ଦେ

ତାହା ସାଥେ ମିଶେ |୪|

ଭଲ ଭାବେ ଜାଣିଛି କୁସୁମ ନିଶ୍ଚୟ

ମଉଳି ହୋଇ ଯିବ

ପୁଷ୍ପର ଡର ନାହିଁ, ନାହିଁ ତାହାର

ମନେ ଅବସାଦ ଭାବ |୫|

ଆମେ ଦଣ୍ଡେ ଜିଇ ଯଦି କାହା

କାମରେ ଆସି ଥାଇ

ପରୋପକାରେ ଆସିବା ଜୀବନ

ର ପରମ ଧର୍ମ ଅଟଇ |୬|

ଏହା ପ୍ରାଣୀ ଜଗତର ଜୀବନ ଦର୍ଶନ

ଜାଣ ଭଉଣୀ ଭାଇ

ସଦା ନିଜେ ଖୁସି ରହି ପର ପାଇଁ

କିଛି ସେବା ଯେ କରଇ |୭|

ପ୍ରକୃତିକୁ ଭଲ ଭାବେ ଅନୁଧ୍ୟାନ

କରିବା ଯେତେବେଳେ

ପରୋପକାର ସ୍ୱର୍ଗାୟ ଭାବନା,

ଶିକ୍ଷା ପାଇବା ସେବେଳେ |୮|



Rate this content
Log in

Similar oriya poem from Abstract