Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Inspirational Children

4  

Bharatabandhu Biswal

Classics Inspirational Children

ପ୍ରଣତି ଘେନ ମା

ପ୍ରଣତି ଘେନ ମା

1 min
140


ପ୍ରଣତି ଘେନ ମା


ଡାକୁଛି ମାଆ ଗୋ ଜନନୀ ବିରଜା

ସ୍ୱର୍ଗାଦପି ଗରୀୟସୀ

ତୋ ଶୁଭ ଆଶିଷେ ଅମୃତ ଚିନ୍ତନେ

ହେଉ ତୋ ସନ୍ତାନ ଖୁସି ।

ଧନ୍ୟ ହେଉ ଜନ୍ମ କରମ ସାର୍ଥକ

ସୁନ୍ଦର ମଙ୍ଗଳମୟ

ମମତା ମଧୁର ଶାଶ୍ୱତ ସ୍ନେହର

ହେଉ ସଦା ଜୟ ଜୟ ।

ଆନନ୍ଦ ଉଲ୍ଲାସ ମଙ୍ଗଳ ସଙ୍ଗୀତେ

ପୂରି ଉଠୁ ଦଶଦିଶ

ମାଟିରେ ମହକୁ ସୁଗନ୍ଧ ସୈାରଭ

ଫୁଲେ ଝରୁ ମଧୁ ବାସ ।

ଜ୍ୟୋତି ଆଲୋକର ହେଉ ଉଦ୍ଭାସିତ

ଅମା ଅନ୍ଧକାର ଚିରି

ବୁଣୁ ସମୁଜ୍ଜ୍ୱଳ ରଙ୍ଗ ର ବର୍ଣ୍ଣାଳୀ

କୃପା ତୋର ସୁଖ ଶିରୀ ।

ମଙ୍ଗଳ ପ୍ରଭାତେ ତୋର ପାଦପଦ୍ମେ

ସମର୍ପେ ସନ୍ତାନ ଭକ୍ତି

ଘେନ ଗୋ ଜନନୀ ବରଦା ବିରଜା

ବିନମ୍ର କୋଟି ପ୍ରଣତି ।

  


Rate this content
Log in

Similar oriya poem from Classics