STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ପ୍ରଣିପାତ ଗୁରୁଦେବ

ପ୍ରଣିପାତ ଗୁରୁଦେବ

1 min
10


ଗୁରୁ ଚରଣ ନ‌ଉକା ସମ

    ଭବୁ‌ କରନ୍ତି ପାରି,

ଅଜ୍ଞାନ ରାତି ଦୂର କରନ୍ତି 

    ଜ୍ଞାନର ଦୀପ ଜାଳି।

ଯେ ତତ୍ତ୍ଵ ସାର ଯେ କର୍ଣ୍ଣଧାର 

    ଅନନ୍ତ ନିରାକାର,

ନୟନ ଜ୍ୟୋତି ପଥ ଦେଖାନ୍ତି 

    ସାକ୍ଷାତ୍ ସେ ଈଶ୍ୱର।

ଯେ ଦୀକ୍ଷା ମନ୍ତ୍ର ଦିଅନ୍ତି ନିତ୍ଯ

    ଅସତ୍ଯ ବିନାଶନ୍ତି,  

ପିତାମାତାଙ୍କ ସ୍ଵରୂପେ ଗୁରୁ

    କଲ୍ୟାଣ କରୁଥାନ୍ତି‌।

ଜ୍ଞାନ ଅଞ୍ଜନେ କୃପା ପ୍ରଦାନେ 

    ଜାଳନ୍ତି ଅନ୍ତର୍ଜ୍ଯୋତି‌ ,

କାମନା,ଦ୍ଵୈଷ କରନ୍ତି ନାଶ

    ପ୍ରେମ ଯେ ବାଣ୍ଟିଥାନ୍ତି।  

କର୍ମ ବନ୍ଧନୁ ବଦ୍ଧ ଜୀବନ

    ମୁକ୍ତ କରନ୍ତି ଗୁରୁ,

ଆତ୍ମଜ୍ଞାନର ଅମୃତ ଦାନ

    ମିଳେ ତାଙ୍କ କୃପାରୁ।

ଗୁରୁଙ୍କ ସ୍ପର୍ଶ ଭାବର ରସ

    ପ୍ରକାଶ ଦିବ୍ଯ ଜ୍ଞାନ,

ସେ ପରଂ ସିଦ୍ଧି କୃପା ବାରିଧି

    ଯେ ସ୍ଵୟଂ ପରଂବ୍ରହ୍ମ।

ଦୁଇ ଅକ୍ଷର ଯେ ତତ୍ତ୍ଵ ସାର

    ନିଗମ ସୁଧା ପଥ,

'ଗୁ' ଅଟ‌ଇ ଗୁଣାତୀତ ଯେ

   "ରୁ" ରୂପରୁ ବର୍ଜିତ ।

ଗୁରୁ ହିଁ ବ୍ରହ୍ମା,ବିଷ୍ଣୁ ,ଶଙ୍କର 

    ଗୁରୁ ହିଁ ପିତା ମାତା,

ଗୁରୁ ହିଁ ଦୀକ୍ଷା ଗୁରୁ ହିଁ ଶିକ୍ଷା

    ସେ ଭାଗବତ ଗୀତା।

ପ୍ରକୃତି ଗୁରୁ ସଂସାର ଗୁରୁ

    ଓଁ କାର ନାମ ଗୁରୁ,

ଯେଉଁଠୁ ଶିକ୍ଷା ମିଳେ ଆମକୁ

    ସିଏ ବି ଆମ ଗୁରୁ।

ସାରା ସଂସାର ଗୁରୁଙ୍କ ଘର

    ସବୁ ତ ଗୁରୁତତ୍ତ୍ଵ,

ସେ ଗୁରୁ ମୋର ଗଳାର ହାର

    ତାଙ୍କୁ ମୋ ପ୍ରଣିପାତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy