ପ୍ରଣିପାତ ଗୁରୁଦେବ
ପ୍ରଣିପାତ ଗୁରୁଦେବ
ଗୁରୁଙ୍କ ଚରଣ ନଉକାଟି ସମ
ଭବୁ କରୁଥାନ୍ତି ପାରି,
ଅଜ୍ଞାନ ଅନ୍ଧାର ଅଚିରେ ନାଶନ୍ତି
ଜ୍ଞାନ ଦୀପ ଗୁରୁ ଜାଳି।
କର୍ଣ୍ଣଧାର ଗୁରୁ ପୂର୍ଣ୍ଣ ପରଂବ୍ରହ୍ମ
ପ୍ରେମ ତତ୍ତ୍ଵ ନିରାକାର,
ନୟନର ଜ୍ୟୋତି ପଥ ପ୍ରଦର୍ଶକ
ଗୁରୁ ସାକ୍ଷାତ ଈଶ୍ୱର।
ମନ୍ତ୍ର ଶିକ୍ଷା ଦୀକ୍ଷା ଦେଇ ଗୁରୁ ନିତ୍ଯ
ଅସତ୍ୟକୁ ବିନାଶନ୍ତି
ଜନକ ଜନନୀ ସ୍ଵରୂପରେ ଗୁରୁ
କଲ୍ଯାଣକାରୀ ଅଟନ୍ତି।
ହେତୁବାଦର ସେ ଅଜ୍ଞାନ ଅନ୍ଧାରେ
ଅନ୍ତର୍ଜ୍ଯୋତି ଜାଳିଦ୍ଯନ୍ତି,
ଈର୍ଷା,ଦ୍ଵୈଷ ବିଷ ହୃଦରୁ ହଟାଇ
ପ୍ରେମ ଅମୃତ ବାଣ୍ଟନ୍ତି।
କର୍ମ ବନ୍ଧନରୁ ବଦ୍ଧ ଜୀବନକୁ
ମୁକ୍ତ କରିଥାନ୍ତି ଗୁରୁ,
ଆତ୍ମଜ୍ଞାନ ମିଠା ଅମୃତ ତତ୍ତ୍ଵଟି
ମିଳେ ଯେ ତାଙ୍କ କୃପାରୁ।
<
/p>
ଗୁରୁଙ୍କ ସ୍ପର୍ଶରେ ଭକ୍ତି ଭାବ ଦିବ୍ଯ
ଜ୍ଞାନଟି ହୁଏ ଉଦୟ,
ଗୁରୁ ପରଂ ସିଦ୍ଧି କରୁଣା ବାରିଧି
ଗୁରୁ ନିତ୍ଯ ଦୟାମୟ।
ଅକ୍ଷର ଦୁଇଟି ଏ ଗୁରୁ ତତ୍ତ୍ଵଟି
ନିଗମ ଅମୃତପଥ,
'ଗୁ' ଟି ଅଟଇ ଗୁଣାତୀତ ପୁଣି
"ରୁ" ରୂପରୁ ବର୍ଦ୍ଧିତ ।
ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ମହେଶ୍ୱର
ଗୁରୁ ପୁଣି ପିତା ମାତା,
ଗୁରୁ ପୁଣି ଦୀକ୍ଷା ଗୁରୁ ପୁଣି ଶିକ୍ଷା
ଗୁରୁ ଭାଗବତ ଗୀତା।
ପ୍ରକୃତି ବି ଗୁରୁ ପ୍ରତି ଜୀବ ଗୁରୁ
ଓଁ କାର ନାମଟି ଗୁରୁ,
ଯେଉଁଠାରୁ ଶିକ୍ଷା ମିଳୁଛି ଆମକୁ
ସିଏ ବି ତ ଆମ ଗୁରୁ।
ଏ ସାରା ସଂସାର ଗୁରୁମୟ ଏଠି
ସବୁକିଛି ଗୁରୁତତ୍ତ୍ଵ।
ସେଇ ଗୁରୁ ମୋର ପ୍ରାତଃ ସ୍ମରଣୀୟ
କରେ ତାଙ୍କୁ ପ୍ରଣିପାତ।