ପରମେଶ୍ବର
ପରମେଶ୍ବର
ଆହେ ପରମବ୍ରହ୍ମ ପରମ ଇଶ୍ୱର
ତୁମ ପାଇଁ ଚଳେ ଏ ସାରା ସଂସାର ।
ଶିଶୁ ର ଓଠ ରେ ଖିଲି ଖିଲି ହସ
ତୁମେ ତ ଦେଇଛ କୁସୁମ କୁ ବାସ ।
ରାତି କୁ ଅନ୍ଧାର ଆଖି କୁ ସପନ
ସାଗର ରେ ଖେଳେ ତୁମ ପାଇଁ ମୀନ ।
ଆକାଶ ରେ ମେଘ ମେଘ ରେ ବିଜୁଳି
ଶୂନ୍ୟ ରେ ଧରା କୁ ଧରି ଅଛ ତୋଳି ।
ନୟନ କୁ ଦୃଶ୍ୟ ଜ୍ୟୋତି କୁ ପ୍ରକାଶ
ଦିବା ନିଶି ତୁମ ପାଇଁ ବର୍ଷ ମାସ ।
ଶରତ ଆକାଶେ ମେଘ ମାଳ ମାଳ
ଧୂଆଁ ଧୂଆଁ ଲାଗେ ଶୀତ ର ସକାଳ ।
କୁଳୁକୁଳୁ ନାଦ ଟିକି ଝରଣା ର
ନୈସର୍ଗିକ ଶୋଭା ଧରଣୀ ରାଣୀ ର ।
ସାଗରେ ଶାମୁକା ଶାମୁକା ରେ ମୋତି
ତୁମେ ତ ରଖିଛ ଯତନେ ସାଇତି ।
ସରାଗରେ ଅତି ଗଢି ପ୍ରଜାପତି
ତା ଓଠେ ଭରିଛ ପ୍ରଣୟ ର ଗୀତି ।
ଇନ୍ଦ୍ରଧନୁ ଅଙ୍ଗେ ସପ୍ତ ରଙ୍ଗ ବୋଳି
ଶତମୁଖ ଶୋଭା ଦିଶେ ଚିତ୍ରାବଳୀ ।
ଜନ୍ମ ମୃତ୍ୟୁ ଆଉ ଜୟ ପରାଜୟ
ତୁମ କୃପା ବଳେ ଦୂର ହୁଏ ଭୟ ।
ତୁମେ ହିଁ ଅଦୃଶ୍ୟ ତୁମେ ଦୃଶ୍ୟପଟ
ଆତ୍ମା ରୂପେ ତୁମେ ଶରୀରେ ପ୍ରକଟ ।
ଜୀଵନ ଯାତ୍ରା ର ତୁମେ ହିଁ ଲେଖକ
ତୁମେ ସୂତ୍ରଧର ମହା ନିର୍ଦେଶକ ।
ତୁମ ଇଙ୍ଗିତ ରେ ନାଚେ ଏ ସଂସାର
ସର୍ବଶକ୍ତିମାନ ତୁମେ ଯୋଗେଶ୍ୱର ।
