STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ପ୍ରମାଦ

ପ୍ରମାଦ

1 min
392



ମାନସ ବିକାର ବିସ୍ମୃତି ବିଭ୍ରମ

ପ୍ରମାଦ ଅମନଯୋଗ

ସୃଷ୍ଟିକରେ ଚିତ୍ତେ ନାନା ଭ୍ରାନ୍ତିଭ୍ରମ

ଉନ୍ମାଦ ବିପଦ ରୋଗ ।


ଅସାବଧାନତା କାରଣୁ ଘଟଇ

କାର୍ଯ୍ଯରେ ତ୍ରୁଟି ବିଚ୍ୟୁତି

ଗ୍ରାସେ ଅଜ୍ଞାନତା ବାତୁଳତା ମୂର୍ଚ୍ଛା

ହ୍ରାସ ପାଏ ସ୍ମୃତି ଶକ୍ତି ।


ପ୍ରମାଦ ଉପଜ ବଡ କ୍ଷତିକର 

ମନକୁ କରେ ବିଷନ୍ନ

କରିଦିଏ ନଷ୍ଟ ହିତାହିତ ଜ୍ଞାନ 

ମନବୁଦ୍ଧି ସନ୍ତୁଳନ ।


ପ୍ରମାଦ କାରଣୁ ଆଚାର ବିଚାରେ

ରହେ ନାହିଁ ଭାରସାମ୍ଯ 

ଲୋଡେ ଉପଚାର ତ୍ବରା ସଂଶୋଧନ 

ପ୍ରମାଦ ଆତ୍ମସଂଯମ ।


ପ୍ରମାଦ ଅଟଇ ମାନବୀୟ ଭ୍ରମ

ଘଟିପାରେ ସାଧାରଣ

ବାରମ୍ବାର କିନ୍ତୁ ନ ଘଟୁ ଜୀବନେ

ବୁଦ୍ଧିମାନ ଦିଏ ଧ୍ଯାନ ।


Rate this content
Log in

Similar oriya poem from Inspirational