STORYMIRROR

Kabiratna Nutan Kumar Behera

Drama Classics Inspirational

4  

Kabiratna Nutan Kumar Behera

Drama Classics Inspirational

ପରମ ଶାସ୍ତ୍ର ଭାଗବତ

ପରମ ଶାସ୍ତ୍ର ଭାଗବତ

1 min
309

  


ପରମ ଶାସ୍ତ୍ର ଭାଗବତ, 

             ଜ୍ଞାନ ସାଗରର ଅମୃତ।

ଜୀବନ ଦର୍ଶନର ତତ୍ତ୍ଵ, 

            ସବୁତ ହୋଇଛି ବର୍ଣ୍ଣିତ।

ସଂସ୍କୃତେ ରଚିଛନ୍ତି ବ୍ୟାସ, 

              ସୁନ୍ଦର ମଧୁର ସରସ।

କଲେ ଓଡ଼ିଆ ଭାଷାନ୍ତର, 

            ଜଗନ୍ନାଥ ଦାସ ଯେ ତା'ର।

ରଚିଲେ ପ୍ରାଞ୍ଜଳ ସେ କରି, 

           ପଠନେ ଭାବ ଆସେ ଝରି।

ଭାଗବତ ତତ୍ତ୍ଵର ଭାବ, 

              ପବିତ୍ର ତାର ଅନୁଭବ।

ହୃଦୟ ହୁଅଇ ନିର୍ମଳ, 

             ମିଳଇ ତା'ର ପୂଣ୍ୟଫଳ।

ଜୀବର ଜୀବନ ଦର୍ଶନ, 

             ହୋଇଛି ତହିଁରେ ବର୍ଣ୍ଣନ।

ଆତ୍ମା ପରମାତ୍ମା ମିଳନ, 

             ଜୀବର ଘଟରେ ପ୍ରମାଣ।

ଅନାଦି ଅନନ୍ତ ସେ ବ୍ରହ୍ମ, 

           ସଂସାରେ ଏକା ସେ ପରମ।

ସ୍ଵୟଂ ପ୍ରଭୁ ସେ ନାରାୟଣ, 

             ସୃଷ୍ଟି ସ୍ଥିତିର ଯେ କାରଣ।

ସହସ୍ର ନାମ ଯେ ତାଙ୍କର, 

             ଦେଖାନ୍ତି ମହିମା ଅପାର।

ଶ୍ରୀବିଷ୍ଣୁ ଶ୍ରୀକୃଷ୍ଣ ଶ୍ରୀରାମ, 

             ଅକ୍ଷୟ ଅବ୍ୟୟ ଅସୀମ।

ଲଭିବାକୁ ତାଙ୍କ ସାନ୍ନିଧ୍ୟ, 

              ଭାଗବତ ଜ୍ଞାନ ଅଗାଧ।

ଦେଖାଏ ମୁକତିର ପଥ, 

             ପ୍ରଭୁ ସେ ଜଗତର ନାଥ।

ତାଙ୍କର ଧ୍ୟାନର ଧାରଣା, 

             ଫେଡ଼ଇ ଜୀବନ ଯନ୍ତ୍ରଣା।

ତାଙ୍କୁ କରେ ଯେ ଉପାସନା, 

            ହୃଦେ ଆସେ ଶୁଦ୍ଧ ଭାବନା।

ଘୁଞ୍ଚଇ ଅଜ୍ଞାନ ଅନ୍ଧାର, 

              ଭବ ସାଗର ହୁଏ ପାର।

ଶୁଣି ଏ ଭାଗବତ ବାଣୀ, 

            ମୋକ୍ଷ ପାଏ ଭବରୁ ପ୍ରାଣୀ।

ଏନ୍ତୁଡ଼ିଶାଳରୁ ମରଣ, 

              ହୁଏ ତା' ଶ୍ରବଣ ପଠନ।

ମହାରାଜା ସେ ପରିକ୍ଷୀତ, 

            ହୋଇଥିଲେ ଯେ ଅଭିଶପ୍ତ।

ବ୍ରହ୍ମ ଶାପେ ସର୍ପ ଦଂଶନ, 

           କଲେ ହେବ ତାଙ୍କର ମରଣ।

ମୃତ୍ୟୁକାଳ ଆସିବା ଜାଣି, 

            ବ୍ୟସ୍ତ ହେଲେ ପ୍ରମାଦ ଗଣି।

ମହର୍ଷି ଶୁକଦେବ ଆସି, 

              ପଢ଼ିଲେ ଭାଗବତ ବସି।

ଶୁଣି ରାଜା ସେ ପରିକ୍ଷୀତ, 

           ହୋଇଲେ ଜ୍ଞାନେ ଆନନ୍ଦିତ।

ମରଣ ଭୟ ହେଲା ଦୂର, 

             ବୁଝିଲେ ଅସାର ସଂସାର।

ହେଲା ତାଙ୍କର ମୋକ୍ଷପ୍ରାପ୍ତି, 

             ଲଭିଲେ ଜୀବନ ମୁକତି।

ଭାଗବତ ଜ୍ଞାନ ପରମ, 

            ନାହିଁ କିଛି ଯେ ତା'ର ସମ।

କୃଷ୍ଣଙ୍କ ମୁଖରୁ ନିଃସୃତ, 

            ଗୀତାର ଜ୍ଞାନ ଯେ ଅମୃତ।

ବିଶ୍ଵରୂପ କରି ଦର୍ଶନ, 

              ଶାନ୍ତି ଲଭିଥିଲେ ଅର୍ଜୁନ।

ଦିବ୍ୟଜ୍ଞାନର ଏ ଭଣ୍ଡାର, 

            ଭବ ସଂସାରୁ କରେ ପାର।

ପରମ ଶାସ୍ତ୍ର ଭାଗବତ, 

           ତା' ଜ୍ଞାନ ଯୁଗେ ଯୁଗେ ସତ।

     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama