STORYMIRROR

Pranati Mahapatra

Inspirational Abstract Others

3  

Pranati Mahapatra

Inspirational Abstract Others

ପ୍ରକୃତିର ପ୍ରକୃତ ମଣିଷ

ପ୍ରକୃତିର ପ୍ରକୃତ ମଣିଷ

1 min
12.6K


ସହରଟା ଖାଲି ଲାଗେ କାହିଁ ମୋତେ

       ଭାରି ଖାଁ ଖାଁ ଭାବ,

ଯେଉଁଠିବି ଗଲେଯେତେବିଖୋଜିଲେ

    ମିଳେନାହିଁ ସଦ୍ଭାବ।

କିଛି ବନ୍ଧୁ ମିଶି ଯାଇଥିଲୁ ଚାଲି

  ଶାଳବଣି ଗ୍ରାମ ଆଡେ,

ହଳଦୀ ପାଣିରେ ପାଦଧୋଇଦେଇ

   ବସିଗଲେ ଚାରିକଡେ।

ସ୍ଵାଦିଷ୍ଟ ଭୋଜନ ଆପ୍ୟାୟିତ କଲେ

      ମକର ଅଭିନନ୍ଦନ,

ନୂଆ ବସ୍ତ୍ର ପରିଧାନ କରାଇଣ

    ଦେଲେ ଷଢରସେ ପାନ।

ଧାଙ୍ଗଡା ନାଚିବା ପାଇଁ ଅନୁନୟେ

  ନେଇଗଲେ ଜଙ୍ଗଲକୁ,

ଧୁମସା,ମର୍ଦ୍ଦଳ ସାଥେ କେତେ ବାଜା

   ଆଉ ନେଲେ ମକରକୁ।

ଖୋଜିଖୋଜି ଯାଇ ପାଇଯାଇଥିଲୁ

    ପ୍ରକୃତିର ସେ ମଣିଷ,

ରାଗହିଂସା,ଦ୍ଵେଷ, କିଛି ନାହିଁ ତାଙ୍କ

     ସଦାମୁଖ ହସହସ।

ଧୁମସାର ତାଳେ ପ୍ରକୃତି ସତେକି

    ନୀରବ ଦର୍ଶକ ସାଜି,

ହାତେ ହାତ ଛନ୍ଦି,ପାଦେ ପାଦ ଥାପି

   ଉଠିଲା ମର୍ଦ୍ଦଳ ବାଜି।

ନାଚିନାଚି ଆମେ ଯେତେ ବି ଥକିଲେ

   ନ ପଡ଼ନ୍ତି ଥକି ସିଏ ,

 ଟାଣିଘୋଷାଡି ସେ ଆମକୁ ନଚାନ୍ତି

    ଆପଣାର ଜନ ପ୍ରାୟେ।

ବାହୁଡିବୁ ଭାବି ଯେତେ ବି ଚାହିଁଲେ

    ଆମକୁ ଛାଡନ୍ତି ନାହିଁ,

ଦଣ୍ଡେରହି ସାଥେ ଧାଙ୍ଗଡା ଧାଙ୍ଗଡି

     ବାଟ ଓଗାଳନ୍ତି ରହି।

ନୀରିହ ପ୍ରାଣର କେତେ ଯେ ମମତା

     ପାରିବିନି ଯମା କଳି,

ଆର ମକରକୁ ଆସିବା ପାଇଁକି

     କରିଛନ୍ତି କେତେ ଅଳି।

ଲାଗିଲା ଯେପରି ଏମାନଙ୍କ ସାଥେ

  ସମ୍ପର୍କ ମୋ ଥିଲା ବୋଲି,

ପ୍ରକୃତିର ଏହି ପ୍ରକୃତ ମଣିଷ

  ଦେଖି ଅବାକ୍ ମୁଁ ହେଲି ।

     *ପ୍ରଣତି ମହାପାତ୍ର*


Rate this content
Log in

Similar oriya poem from Inspirational