ପ୍ରକୃତି
ପ୍ରକୃତି
ପ୍ରକୃତି ଅଟଇ ମାଆ ସେତ ଆମ
ଧରିଛି ଆମକୁ କୋଳେ,
ଖାଦ୍ୟ ପାନୀୟ ଓ ବସ୍ତ୍ର ବାସଗୃହ
ଯୋଗାଏ ସେ ସ୍ନେହ ଭୋଳେ l
ପ୍ରକୃତିରେ ଶୋଭେହ୍ରଦ ଓ ସାଗର
ପାହାଡ଼ ଜଙ୍ଗଲ ଭୂଇଁ,
ଝର ଝର ହୋଇ ଝରଣା ବହନ୍ତି
କୁଳୁ କୁଳୁ ବହେ ନଈ l
ଦିବସେସାଜଇ ବିବିଧବର୍ଣ୍ଣା ସେ
ସୂର୍ଯ୍ୟଙ୍କ ଆଲୋକ ପାଇ,
ରାତିରେ ଜହ୍ନଙ୍କ ଜୋଛନା ଝରଇ
ପ୍ରକୃତି ଅଙ୍ଗକୁ ଛୁଇଁ l
ବରଷକେ ଆସେ ବିଭିନ୍ନ ଋତୁ
ଏକ ପରେ ଆନହୋଇ,
ପ୍ରକୃତିକୁ ଆମ ବିଭିନ୍ନ ରଙ୍ଗରେ
ଦିଅନ୍ତି ସେତ ସଜାଇ l
ଗ୍ରୀଷ୍ମ ଋତୁହେଲେ ପ୍ରକୃତି ସାଜଇ
ସତେ ଅବା ମାଆ ଟିଏ,
କେତେ ମିଠା ଫଳ ସଜାଏ ବୃକ୍ଷରେ
ଆମରି ପାଇଁ ଟି ସିଏ l
ବର୍ଷା ଋତୁ ରେ ପ୍ରକୃତି ସତେକି
ସଦ୍ୟ ସ୍ନାତା ନାରୀଟିଏ,
ପଲ୍ଲବିତ ହୋଇ ଶାଗୁଆ ପାଟରେ
ଆହାକେତେ ଶୋଭା ପାଏ l
ବସନ୍ତ ଋତୁରେ ପ୍ରକୃତି ସାଜଇ
ଫୁଲମତୀ ବେଶ ହୋଇ,
ବନେ ଉପବନେ ଫୁଲ ସବୁ ଫୁଟି
ସଭିଙ୍କ ମନ ହରଇ l
କେବେ ପ୍ରକୃତି ଶାନ୍ତ ରୂପରେ
କୁହୁ କୂଜନରେ ଭରେ,
କେବେ ପ୍ରକୃତି ବନ୍ୟା ବାତ୍ୟା ଆଣି
ଥର ହର କେତେ କରେ l
ହେମନ୍ତ ଋତୁରେକାକର ଶୋଭଇ
ସତେ ଅବା ମୁକ୍ତାମାନ,
ଘାସ ପତ୍ର ପରେ ଝଲମଲ କରେ
ଛୁଇଁଲେସୂର୍ଯ୍ୟ କିରଣ l
ପ୍ରକୃତିର ଯତ୍ନ କରିଲେ ମାନବ
ସେ ହେବ ଆଶିଷ ଦାୟୀ,
ମାଆ ପରି ସିଏ ପାଳନ କରିବ
ଜାତିଜାତି ଫଳ ଦେଇ l
ଆସରେ ମାନବ ଶପଥ କରିବା
ଆମେ ପ୍ରକୃତି ସନ୍ତାନ
ଗଛ ଲଗାଇବା ଯତ୍ନ ତାର ନେବା
କରିବା ତାର ବନ୍ଦନ l
