STORYMIRROR

Chittaranjan Nanda

Abstract Classics Others

4  

Chittaranjan Nanda

Abstract Classics Others

ପ୍ରକୃତି ସହ ଜୀବନ ସମ୍ପର୍କ

ପ୍ରକୃତି ସହ ଜୀବନ ସମ୍ପର୍କ

1 min
332


''କୁସ୍ଥାନ ବାସରେ ମହତ ଜନର 

ସଦଗୁଣ ନହୁଏ ନାଶ 

ଶ୍ମଶIନ ଭୂମିରେ ଜନ୍ମିଲେ ତୁଳସୀ

ହୁଅଇ କି ହୀନବାସ ?''

     - ସ୍ଵଭାଵକବି ଗଙ୍ଗାଧର ମେହର  


ଛୋଟିଆ ସିନା ଦିଶଇ ଏହି ପଂକ୍ତିଟି,

ପ୍ରକୃତିର ବିଶିଷ୍ଟ୍ୟତାରେ ହୋଇଛି ଭର୍ତ୍ତି |୧|


ତୁଳସୀ ପତ୍ର ଦୁଇପତ୍ରରୁ ବାସିଣ ଥାଏ,

ବିଛୁଆତି ସଦା ଦୁଇପତ୍ରରୁ କୁଣ୍ଡାଇ ହୁଏ |୨|


ସ୍ଵଭାଵକବି ସରଳ ଆଉ ସୁନ୍ଦର ଭାବରେ,

ବୁଝେଇ ଦିଅନ୍ତି ଯାହା ଦେଖନ୍ତି ପ୍ରକୃତିରେ |୩|


ଯେଉଁମାନେ ଥାଆନ୍ତି ମଣିଷ ଉତ୍ତମ ସ୍ୱଭାବର, 

କୁସଙ୍ଗତ ନଷ୍ଟ କରିପାରନ୍ତି ନାହିଁ ତାଙ୍କ ବ୍ୟବହାର |୪|


ଭଲ ସ୍ୱଭାବ ମଣିଷ କଳୁଷିତ ପରିବେଶରେ,

ପଡି ଥାଏ ସଦା ସର୍ବଦା, ବିପଦର ଭିତରେ |୫|


ସଂଗର ପ୍ରଭାବ, ଭାଗବତରେ ଲେଖା ଅଛି,

କୁସଂଗେ ପଡି କୁମାରୀ ମନେ ବିଚାରୁ ଅଛି |୬|


ତେଣୁ ମୁଁ ଲେଖା ଓ ଅନୁଭବରୁ ଶିଖିଣ ଅଛି,

ଦୁର୍ଜନ କଳୁଷିତ ପରିବେଶକୁ ଛାଡିବାକୁ ଅଛି |୭|


ଆଚାର ବ୍ୟବହାର ଏବଂ ସ୍ଵଭାଵ ବଳରେ,

ଶତ୍ରୁକୁ ମିତ୍ର କରିବା ଶକ୍ତି ଅଛି ମଣିଷ ପାଖରେ |୮|


ଚିନ୍ତାଧାରା, ଦୃଷ୍ଟିକୋଣ, ଜୀବନକୁ ଦେଖିବା ଶକ୍ତି

ପୁରି ରହିଅଛି ମଣିଷ ପାଖରେ, କୁହେ ବୋଧଶକ୍ତି |୯|


ସେ ମାଧ୍ୟମେ ବ୍ୟକ୍ତିର ସ୍ଵଭାବ ପ୍ରତିଫଳିତ ହୁଏ 

ସ୍ଵଭାଵ ଉତ୍ତମ ହେଲେ ଜୀବନ ଗତି ସରଳ ହୁଏ |୧୦|


ଚିନ୍ତାଧାରା, ଦୃଷ୍ଟିକୋଣ, ଜୀବନକୁ ସାହିତ୍ୟରେ

ପ୍ରତିଫଳିତ କରିବାରେ ସ୍ଵଭାଵକବି ପ୍ରତିଷ୍ଠିତ ସମାଜରେ |୧୧|



Rate this content
Log in

Similar oriya poem from Abstract