STORYMIRROR

Pranati Panda

Tragedy

3  

Pranati Panda

Tragedy

ପ୍ରକୃତ ସାଥି

ପ୍ରକୃତ ସାଥି

1 min
337


ଅମାବାସ୍ୟା ରାତ୍ରି ଅପେକ୍ଷା ପରେ ତ

  ତେବେ ଜହ୍ନର ମହତ୍ତ୍ୱ ଜାଣିବ  

ପ୍ରଚଣ୍ଡ ଗ୍ରୀଷ୍ମରୁ ଉଦ୍ଧାର ନିମନ୍ତେ

 ଦିନେ ବର୍ଷାର ଅପେକ୍ଷା କରିବ ।


ଜୀବନ ରାସ୍ତାର ଅଗ୍ରସର ପାଇଁ

 ତୁମେ ସାଥିଟିଏ ଦିନେ ଖୋଜିବ  

ସାଥି ଠାରୁ ଯଦି ଧୋକା ଖାଇଥିବ

 ଦିନେ ମୋ ପରି ସାଥିକୁ ଲୋଡ଼ିବ ।


ଅବିଶ୍ୱାସୀ ରୂପି କୁହୁଳା ଧୂଆଁରେ

 ଅଣନିଶ୍ୱାସି ତ କେବେ ହୋଇବ  

ପ୍ରକୃତ ସାଥିର ମହତ୍ତ୍ୱ ବୁଝିବ

 କିନ୍ତୁ ସେ ଦିନ କି ଆଉ ଫେରିବ?


ବିଚ୍ଛେଦ ଜ୍ୱାଳାରେ ଜଳିବ ସେଦିନ

 ତୁମେ ହଜିଲା ମୁହଁକୁ ଖୋଜିବ  

ଗଡ଼ି ଯାଇଥିବ ସମୟ ସେଦିନ

 ଘଡ଼ି କଣ୍ଟା କି ପଛକୁ ଫେରିବ ।


ବିଶ୍ଵାସ ଶ୍ରଦ୍ଧାକୁ ଆଡେଇ ଦେବାର

 ଫଳାଫଳ ନିଶ୍ଚେ ଦିନେ ବୁଝିବ  

କୃତଘ୍ନତା ଆଉ ବିଶ୍ୱାସଘାତକ

 ଯେ କେତେ ଭୟଙ୍କର ତା' ଜାଣିବ ।


 ସାଥି ବଳିଦାନ କେତେ ମହିୟାନ

 ସେତେବେଳେ ତ ବସିକି ଭାବିବ  

ପ୍ରକୃତରେ ଯଦି ସଚ୍ଚା ସାଥି ଥିବ

 ତୁମେ ବିରହ ଜ୍ଵାଳାରେ ଜଳିବ ।


ସେତେବେଳେ ଦିନେ ମୋ ପରି ସାଥିକୁ 

ଆଖିର ଲୁହରେ ଖୋଜି ବୁଲିବ...

      "ହଁ"

 ସୁଖ ଦୁଃଖ ବେଳେ ଜୀବନରେ ଥିବା

  ପ୍ରକୃତ ସାଥିକୁ ଖୋଜି ବୁଲିବ...




Rate this content
Log in

Similar oriya poem from Tragedy