STORYMIRROR

Rabindra kumar Sahoo

Inspirational

4  

Rabindra kumar Sahoo

Inspirational

ପ୍ରଜାପତିଟିଏ ମୁହିଁ

ପ୍ରଜାପତିଟିଏ ମୁହିଁ

1 min
240

   ପ୍ରଜାପତିଟିଏ ମୁହିଁ

    ଫୁଲରୁ ଫୁଲକୁ ଉଡି

  ମଧୁ ମୁଁ ଶୋଷଇ

   ରଙ୍ଗ ବେରଙ୍ଗର

   ଡେଣା ହଲାଇ

  ନିତି ମୁଁ ଫୁଲରୁ

   ଫୁଲକୁ ଉଡଇ

  ନ ଥାଏ ମୋର 

    ବାଛ ବିଚାର

  ସୁଗନ୍ଧ ହେଉ କି ଦୁର୍ଗନ୍ଧ ହେଉ

  ସେ ପୁଷ୍ପଟିରୁ

   ମଧୁ ଶୋଷିବା ଅଟେ

    କର୍ମଟି ମୋର

   ବିକାର ମନେ 

    ମୋର ରଖେ ନାହିଁ

  ଫୁଲରୁ ଫୁଲକୁ ଉଡି

   ମଧୁ ମୁଁ ଶୋଷଇ

    ପ୍ରଜାପତିଟିଏ ମୁହିଁ ।

   ମୋ ଧର୍ମ ମୁଁ ନିଭାଏ

   ମୋ କର୍ମେ ସଦା ସର୍ବଦା

    ନିମଗ୍ନ ଥାଏ

  ଦେଖେନି ଫୁଲର ଜାତି

   ଦେଖେନି ଫୁଲର ସ୍ଥିତି

   ନ ଦେଖେ ବାଛବିଚାର

   ସବୁ ଫୁଲେ ଥାଏ

   ମମତା ମୋର

   ଗର୍ବ ଅହଙ୍କାର

     ନ ଥାଏ ମନେ

   କାହାକୁ ନ୍ୟୁନ ନ ଭାବଇ ଦିନେ

   ଉଚ୍ଚ ନୀଚ୍ଚର ବିଚାର

   ମନେ ମୋର ନାହିଁ

   ସମଭାବାପନ୍ନ ହୋଇ

   ସବୁ ଫୁଲକୁ ସମ ମୁଁ ଭାବଇ

   ଫୁଲରୁ ଫୁଲକୁ ଉଡି

   ମଧୁ ମୁଁ ଶୋଷଇ

    ପ୍ରଜାପତିଟିଏ ମୁହିଁ ।

   ଘୃଣା ମୋ ମନେ ନଥାଏ

   ସବୁ ଫୁଲକୁ ମୁଁ ଭଲପାଏ

   କାହାକୁ ନ ମଣେ ହୀନ

   ସଭିଏଁ ମୋ ପାଇଁ ସମାନ

   କିଏ ବା ରୂପରେ ସୁନ୍ଦର

   କିଏ ପୁଣି ସୁଗନ୍ଧେ ଭରପୁର

   କାହାକୁ କିପରି ଗଢିଛି ବିହି ତା'ର

   ଏ କଥା କରେ ମୁଁ ବିଚାର

    ଫୁଲର ରୂପ, ସୌନ୍ଦର୍ଯ୍ୟ

   ସୁଗନ୍ଧେ ଦୁର୍ଗନ୍ଧେ 

    ନ ଥାଏ ଫରକ୍ ମୋର

   ଫୁଲ ସହ ସମ୍ପର୍କ ମୋର

     ତା'ର ରସ ଶୋଷିବା 

   କର୍ତ୍ତବ୍ୟ ମୋର

     ମନୁଷ୍ୟ ପରି ଜାତି ଧର୍ମ

    ମୁଁ ନ ଦେଖଇ 

     କ୍ଷୁଦ୍ର ଖଦ୍ୟୋତିକା ପରି

   କ୍ଷୁଦ୍ର ପ୍ରଜାପତିଟିଏ ମୁହିଁ

    ଫୁଲରୁ ଫୁଲକୁ ଉଡି

    ମଧୁ ମୁଁ ଶୋଷଇ ।

   ଶ୍ରେଣୀ ବିଭେଦର ସ୍ଥାନ

     ମନେ ମୋ ନାହିଁ

   ଧନୀ ଗରିବର ବାଛବିଚାରକୁ

   ମୋ ଜାତି ପସନ୍ଦ କରନ୍ତି ନାହିଁ

   ସଭିଏଁ ଲଢିବୁ ସଭିଏଁ ଗଢିବୁ

   ସଭିଙ୍କୁ ଆମେ ନିଜର ମଣିବୁ

    ମୋ ଜାତି ମୋତେ

     ଦେଇଛି ଶିକ୍ଷା ଏହି

  ଧନର ଲୋଭ ପୁଞ୍ଜିର ଲୋଭ

    ସଞ୍ଚିବାର ଲୋଭ 

    ଆମ ମଧ୍ୟେ କିଛି ନାହିଁ

     ଖଟିବୁ ଖାଇବୁ

      ଯେ ଦିନ କାମ 

    ସେ ଦିନ କରିବୁ

    ମନ ଆନନ୍ଦରେ 

     ଡେଣା ହଲାଇ

     ଫୁଲରୁ ଫୁଲକୁ ଉଡିବୁ

    ମନେ ଗର୍ବ ଅହଙ୍କାର ନାହିଁ

     ସଞ୍ଚି ବଞ୍ଚିବାର ମନେ

    ଆମ ଜାତିର କି 

      ମୋର ନାହିଁ

    କ୍ଷୁଦ୍ରାତି କ୍ଷୁଦ୍ର

     ପ୍ରଜାପତିଟିଏ ମୁହିଁ

    ଫୁଲରୁ ଫୁଲକୁ

      ମଧୁ ମୁଁ ଶୋଷଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational