ପ୍ରଜାପତି
ପ୍ରଜାପତି
ଦିନେ ବରଷା ଆକାଶେ ଯାଇଥିଲା ଛାଡି
ନ ଥିଲା ମେଘ ଆଉ ନ ଥିଲା ଘଡ଼ ଘଡ଼ି ।
ହସୁଥିଲା ସୁରୂଜ ମନ କରି ମଉଜ
ବାକିଥିଲା ବହୁକ୍ଷଣ ହୋଇବାକୁ ସଞ୍ଜ ।
ବାଘନୀସହନାଲାର ସାତଟି ରଙ୍ଗରେ
ଇନ୍ଦ୍ରଧନୁ ପଡିଥିଲା ଆକାଶ ଦେହରେ ।
ଘର ପାଖ ଅଗଣାର ଫୁଲ ବଗିଚାରେ
ଉଡୁଥିଲେ ପ୍ରଜାପତି ଅତି ଆନନ୍ଦରେ ।
ରଙ୍ଗ ବେରଙ୍ଗ ପତଙ୍ଗ ଏଇ ପ୍ରଜାପତି
ଦେଖିବାକୁ ମିଳନ୍ତି ନାନା ଜାତି ପ୍ରଜାତି ।
ବଗିଚାରେ ଶୋଭାପାଏ ଛୋଟ ପ୍ରଜାପତି
ମାଆ ପାଳନ୍ତି ଶିଶୁକୁ ଯତନେ ଯେମିତି ।
ଶଁବାଳୁଆ ବଦଳିଲେ ହୁଏ ପ୍ରଜାପତି
ଶିଶୁ ବଡ଼ ହୋଇ ରଖେ ନାଆଁ ଦେଶଜାତି ।
ପରାଗ ବାଣ୍ଟେ ପ୍ରଜାପତି ଫୁଲରୁ ଫୁଲ
ଗଛେ ଫଳ ଫଳାଏ ତା ପରଶ କଅଁଳ ।
ଶିଶୁ ହସିଲେ ଦେଶ ହସିବ ସତ କଥା
ଫୁଲେ ଦେଖି ପ୍ରଜାପତି ହରେ ମନୁବ୍ୟଥା ।
ଅଛି ଯେତେ ଭାଷା ଧର୍ମ ବର୍ଣ୍ଣ ଆମ ଦେଶେ
ମିଳିମିଶି ଚଳିଲେ ଅତି ସୁନ୍ଦର ଦିଶେ ।
