ହୋଲି PROMPT 16
ହୋଲି PROMPT 16
1 min
11.3K
ଆସରେ ଆସ ସଭିଏଁ ଆସ
ଋତୁ ରାଜଙ୍କ ପାଖରେ ବସ ।
ବଉଳ ଭରା ଆମ୍ବର ଡାଳେ
କୋଇଲି ଡାକେ କୁହୁର ତାଳେ ।
ଭଅଁର ଆଉ ପରଜାପତି
ମଧୁ ଚୁମ୍ବନ୍ତି ଆନନ୍ଦେ ଅତି ।
ଦୋଳ ମଣ୍ଡପେ ରାଧା ଗୋବିନ୍ଦ
ଦେଖି ସଭିଙ୍କ ମନ ଆନନ୍ଦ ।
ଫଗୁଣ ମାସ ଉଖୁଡା ମୁଆଁ
ଆମ ସଭିଙ୍କୁ କରେ କିମିଆଁ ।
ରଙ୍ଗ ବେରଙ୍ଗ ଅବିର ବୋଳି
ଅଚି ଆନନ୍ଦେ ଖେଳିବା ଦୋଳି ।
ଜାତି ଅଜାତି ଭାବକୁ ଭୁଲି
ଗାଆଁ ଦାଣ୍ଡକୁ ଦେବା ଦୋହଲି ।
ନାଚ ନାଚିବା ଗୀତ ଗାଇବା
ମନ ଖୁସିରେ ହୋଲି ଖେଳିବା ।
