ପୁସ୍ତକ
ପୁସ୍ତକ
ହେ ପୁସ୍ତକ !
ଇତିହାସ ଶିଳାଲିପି
ତାଳପତ୍ର ପୋଥି
ତୁମ ପୂର୍ବଜ ।
ତୁମେ
ଜ୍ଞାନୀଜନ ମାନସ ସମ୍ପଦ
କାଗଜର ରଙ୍ଗୀନ ଦସ୍ତକ
ବରଦା ହସ୍ତ ଶୋଭିତ
ଜ୍ଞାନର ଭଣ୍ଡାର ।
ସ୍ଥାନୀତ ତୁମେ ବିଦ୍ୟାଳୟ ପାଠାଗାର ଶିକ୍ଷାର୍ଥୀ ପାଶରେ
ମନ୍ଦିର ମସଜିଦ୍ ଗୀର୍ଜା ଗୁରୁଦ୍ୱାରେ
ଗୀତା ଭାଗବତ ବେଦୋପନିଷଦ
ବାଇବେଲ କୋରାନ ଗ୍ରନ୍ଥସାହେବ ରୂପରେ ।
ସମୟର ତାଳେ ତାଳେ
କମ୍ପ୍ୟୁଟର ଵିଜ୍ଞାନ ବଳରେ
ଆଦର ତୁମ ବଢ଼ି ଚାଲିଛି
ସାମାଜିକ ଗଣମାଧ୍ୟମରେ
ସ୍ଥାନ ପରିବେଶ ସଂରକ୍ଷଣ
ସୁବିଧା ଆଳରେ
'ଇ' ପୁସ୍ତକ ପତ୍ରିକା ଆକାରେ ।
