STORYMIRROR

Sanatan Mahakud

Inspirational

2  

Sanatan Mahakud

Inspirational

ମୁଁ ଏକା ଲଢ଼ିବି

ମୁଁ ଏକା ଲଢ଼ିବି

1 min
3.1K


ମୁଁ ଏକା ଲଢ଼ିବି

ସରକାରୀ ନିୟମ ମାନିବି

ସାମାଜିକ ଦୂରତା ସଙ୍ଗରୋଧ

ସବୁ କିଛି ଠିକ୍ ପାଳିବି,

ବାଜି ରାଉତ ପରି ସଂଗ୍ରାମ କରିବି

କରୋନାକୁ ମୋ ଅଞ୍ଚଳେ

ପଶିବାକୁ ନ ଦେବି

ଭିଡକୁ ନ ଯାଇ

ଏକା ଏକା ରହିବି  ।


ମୁଁ ଏକା ଲଢ଼ିଵି

ଧରମା ପରି କୋଣାର୍କ ଗଢ଼ିବି

ମୋ ଦେହ ଓ ଦେଶକୁ ସୁଦୃଢ଼ କରିବି

ବିଦ୍ୟାଳୟ କାର୍ଯ୍ୟାଳୟ ସବୁ କିଛି ବନ୍ଦ

ମୁଁ ଏକା ପଢ଼ିବି

ଘର ମଧ୍ୟେ ସ୍ୱଚ୍ଛ ରହି

ସଂଗ୍ରାମ କରିବି ।


ମୁଁ ଏକା ଲଢ଼ିବି

କରୋନାକୁ ଧରାରୁ ତଡିବି

ସଚେତନ ବାର୍ତ୍ତା ଦେଇ

ସକରାତ୍ମକ ଭାବନାରେ

ଗୋଷ୍ଠୀ ସଂକ୍ରମଣ ରୋକିବି  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational