Sanatan Mahakud
Literary Captain
21
Posts
10
Followers
0
Following
ସନାତନ ମହାକୁଡଙ୍କ ଜନ୍ମ 1974 ମସିହା ଜୁଲାଇ 1 ତାରିଖ ଓଡିଶାର ନୟାଗଡ ଜିଲ୍ଲା ଅନ୍ତର୍ଗତ ବେରୁଆଁବାରୀ ଗ୍ରାମରେ | ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡିଆ ଭାଷା ସାହିତ୍ୟରେ ସ୍ନୀତକୋତ୍ତର ଡିଗ୍ରୀ(1996), ସ୍ୱାମୀ ବିବେକାନନ୍ଦ ଯୋଗ ଅନୁସଂନ୍ଧାନ ସଂସ୍ଥାନ, ବେଙ୍ଗାଲୁରୁରୁ ଯୋଗ ଓ ପ୍ରାକୃତିକ ତିକିତ୍ସାରେ ଡିପ୍ଲୋମା (2001) ଏବଂ ବିନାୟକ ମିଶନ... Read more
ସନାତନ ମହାକୁଡଙ୍କ ଜନ୍ମ 1974 ମସିହା ଜୁଲାଇ 1 ତାରିଖ ଓଡିଶାର ନୟାଗଡ ଜିଲ୍ଲା ଅନ୍ତର୍ଗତ ବେରୁଆଁବାରୀ ଗ୍ରାମରେ | ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡିଆ ଭାଷା ସାହିତ୍ୟରେ ସ୍ନୀତକୋତ୍ତର ଡିଗ୍ରୀ(1996), ସ୍ୱାମୀ ବିବେକାନନ୍ଦ ଯୋଗ ଅନୁସଂନ୍ଧାନ ସଂସ୍ଥାନ, ବେଙ୍ଗାଲୁରୁରୁ ଯୋଗ ଓ ପ୍ରାକୃତିକ ତିକିତ୍ସାରେ ଡିପ୍ଲୋମା (2001) ଏବଂ ବିନାୟକ ମିଶନ ବିଶ୍ୱବିଦ୍ୟାଳୟରୁ ଯୋଗ ଓ ପ୍ରାକୃତିକ ତିକିତ୍ସା ବିଜ୍ଞାନରେ ସ୍ନୀତକୋତ୍ତର (2010) ଡିଗ୍ରୀ ଲାଭ କରିଛନ୍ତି |
ଅଧୁନା ସେ ଦି ହେରିଟେଜ୍ ସ୍କୁଲ କଲକାତାରେ ଅଧ୍ୟାପନାରତ ଅଛନ୍ତି |ଜଣେ ସଂଗଠକ , ସାହିତ୍ୟିକ ଓ ଅନୁବାଦକ ହିସାବରେ ତାଙ୍କର ଶତାଧିକ କଵିତା, ପ୍ରଵନ୍ଧ,ଗଳ୍ପ,ଆଲୋଚନା ଓ ଯୋଗ ଭିତ୍ତିକ ଲେଖା ଓଡ଼ିଶା ତଥା ଦେଶର ବିଭିନ୍ନ ସ୍ଥାନରୁ ପ୍ରକାଶିତ ପତ୍ର ପତ୍ରିକା ଏବଂ ଖଵର କାଗଜରେ ପ୍ରକାଶିତ ହୋଇ ବହୁ ପାଠକୀୟ ସ୍ୱକୃତି ଲାଭ କରିପାରିଛି । ତାଙ୍କର ରଚିତ ପୁସ୍ତକମାନଙ୍କ ମଧ୍ୟରେ ଆହ୍ୱାନ(କବିତା), ଵୋଉ ( କଵିତା), ଯୋଗ କଥା (ଯୋଗ),ସୂର୍ଯ୍ୟ ନମସ୍କାର( ଯୋଗ) ଏବଂ ଵେଦାନ୍ତର ବାଣୀ(ଅନୁବାଦ) ଇତ୍ୟାଦି ଅନ୍ୟତମ ।
ଏତଦ୍ ବ୍ୟତୀତ ସେ ଭୁବନେଶ୍ୱରସ୍ଥିତ ବିବେକାନନ୍ଦ ଯୋଗ ଚିକିତ୍ସା ଗବେଷଣା ପ୍ରତିଷ୍ଠାନ ପ୍ରକାଶିତ ତ୍ରୈମାସିକ' ଯୋଗ ବିଚାର' ଏବଂ କଲକତାସ୍ଥିତ ଉତ୍କଳ ଶିକ୍ଷା ସଂସଦ ପ୍ରକାଶିତ ତ୍ରୈମାସିକ ' ପ୍ରତିବେଶୀ' ସାହିତ୍ୟ ପତ୍ରିକାର ସମ୍ପାଦନା ମଣ୍ଡଳୀ ସଦସ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । Read less
Share with friends