STORYMIRROR

Sanatan Mahakud

Inspirational

3  

Sanatan Mahakud

Inspirational

କରୋନାର ଖେଳ

କରୋନାର ଖେଳ

1 min
11.9K


କୋବିଡ୍ ଉଣଶି ସାଜି ଫୁଟବଲ

ଦୃଷ୍ଟି ଅଗୋଚରେ କରୁଅଛି ଖେଳ ।

ଗାଆଁରୁ ସହର ରାଇଜରୁ ଦେଶ

ଭୟରେ ଥରୁଛି ଆଜି ସାରା ବିଶ୍ବ ।

କରୋନା ଭୂତାଣୁ ନିଦ ହଜାଇଛି 

ନୀଳ ହଳଦୀ ଲାଲ୍ ରଙ୍ଗ ଖେଳୁଛି ।

ସମାଜ ଦୂରତା ମୁଖା ହାତ ଧୂଆ  

ତାଲାବନ୍ଦୀ ହେଲାଣି ନିତି ଦିନିଆ ।

ନ ମାନି କରୋନା ନିୟମ ଶୃଙ୍ଖଳ

ଲୋକେ ଆଦରନ୍ତି ମରଣର କୋଳ ।

ଗବେଷଣାରତ ବିଜ୍ଞାନୀ ଜଗତ

ନିଦାନ ପାଇଁକି ସର୍ବଦା ଚିନ୍ତିତ ।

ଯୋଗ ଆୟୁର୍ବେଦ ଜୀବନ ଶଇଳୀ

ଅବ୍ୟାହତ ରହୁ ଅନ୍ନ ବସ୍ତ୍ର ଭଳି ।

ବହୁ ଦିନ ଯାଏ ସଂଗ୍ରାମ ଚାଲିବ

କରୋନା ସାଥିରେ ଲଢ଼ିବାକୁ ହେବ ।

ସଂକ୍ରମଣଠାରୁ ଜିତିଲେ ନିଶ୍ଚୟ 

କରୋନା ଭୂତାଣୁ ମରିବାଟି ଥୟ ।

ଏକୁଟିଆ ରହି କରୋନା ଲଢ଼ିବା 

ସହଜେ ତାହାଠୁ ହାର ନମାନିବା ।



Rate this content
Log in

Similar oriya poem from Inspirational