ଜଳ
ଜଳ
1 min
11.9K
ରଙ୍ଗହୀନ ବୋଲି
ରଙ୍ଗେଇ ପାରେ କେହି
ଆକାର ନ ଥାଇ
ବହିଚାଲେ ହହୁଦୂର
ଅଙ୍କେଇ ବଙ୍କେଇ |
କିଏ କହେ ମୁଁ ହିଁ ଜୀବନ
ମୋ ବିନା ସୃଷ୍ଟି ଅସମ୍ଭବ
ମରୁଡି ଅବା ବନ୍ୟା
ଜୀବନ ଦେବା ନେବା
ସବୁ ମୋର ଅଭିନୟ,
ଭିଜାଇ ତନୁମନ କରଇ ପବିତ୍ର
କେବେ ଖାଦ୍ୟ
କେବେ ଔଷଦ
କେବେ ପଦୋଦକ |
ମୁଁ କନ୍ଦାଏ ଚାଳରୁ ଗଡି
ମୁଁ ହସାଏ ମାଟିରୁ ଝରି
ଇଚ୍ଛା ଇତି ହେଲେ ହୁଏ ବାଷ୍ପ
ଅତି ଘନାଇଲେ ପାଲଟେ ବରଫ |
ତେଣୁ ସ୍ଥାନ ମୋର
ଶିବଙ୍କ ଜଟରେ
ହିମାଳୟ ଶିରେ
ଆଉ ତୃଷାତ୍ତ କଣ୍ଠରେ |